OSRTC ବସକୁ ଧକ୍କା ଦେଲା ଘରୋଇ ବସ

0

ଭୁବନେଶ୍ୱର: OSRTC ବସକୁ ଧକ୍କା ଦେଲା ଘରୋଇ ବସ । ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇଟି ବସର ଡ୍ରାଇଭର ସହ ଏକାଧିକ ଆହତ ହୋଇଥିବା ସୂଚନା । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳାରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘରୋଇ ବସର ବ୍ରେକ ଫେଲ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନ ରହିଛି । ଟ୍ରାଫିିକ ନୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।