(ମୁମ୍ବାଇ) : ମା’ ହେଲେ ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା। ଏହି ଖୁସି ଖବର ଖୋଦ ଦେଶୀ ଗର୍ଲ ପ୍ରିୟଙ୍କା ସୋଶାଲ ମିଡିଆରେ ଶେଆର କରିଛନ୍ତି।
ସୂଚନାନୁଯାୟୀ , ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଛି କୁନି ଅତିଥି। ମା’ ହେବା ଖୁସି ସମ୍ପର୍କରେ ସୋଶାଲ ମିଡିଆରେ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି, ଆମେ ବହୁତ ଖୁସି ଯେ, ସରୋଗେସି ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ। ତେଣୁ ଏପରି ବିଶେଷ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦେବା ପାଇଁ ନିବେଦନ କରୁଛୁ। ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ।