ପ୍ରିୟଙ୍କା ଜଣେ ଭଲ ସ୍ତ୍ରୀ ନୁହନ୍ତି

0

(ପ୍ରିୟଦର୍ଶନୀ ସ୍ୱାଇଁ) ଭୁବନେଶ୍ୱର : ବଲିଉଡର ପ୍ରିୟଙ୍କା ଚୋପ୍ରା ଓ ନିକ ଦୁହେଁ ସବୁ ବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ଏବିସି ଚାଟ୍‌ ଶୋ ‘ଦ ଭ୍ୟୁ’ରେ ନିକ୍‌ ଙ୍କ ସହ ବିବାହ ଏବଂ ମ୍ୟୁଜିକ୍‌ ଭିଡିଓ ‘ସକର’ ବିଷୟରେ ଆଲୋଚନା କରିଥିଲେ। ଏହି ସାକ୍ଷାତକାରରେ ପ୍ରିୟଙ୍କା ନିଜେ ଜଣେ ଭଲ ସ୍ତ୍ରୀ ନୁହନ୍ତି ବୋଲି କହିଛନ୍ତି । ସେ ଖାଇବା ତିଆରି କରିପାରନ୍ତି ନାହିଁ ବୋଲି କହିଥିଲେ। ନିକ୍‌ଙ୍କ ମାଆ ଭଲ ରୋଷେଇ କରନ୍ତି। ହେଲେ ସେ ବିବାହ କରିବାକୁ ଯାଉଥିବା ଯୁବତୀ କେବଳ ଅମ୍‌ଲେଟ୍‌ ତିଆରି କରିପାରନ୍ତି ବୋଲି ପ୍ରିୟଙ୍କା ନିକ୍‌ଙ୍କୁ କହିଥିଲେ। ନିକ୍‌ଙ୍କ ମାଆଙ୍କ ପରି ସେ ବିଲ୍‌କୁଲ୍‌ ହୋଇପାରିବେ ନାହିଁ ବୋଲି ପ୍ରିୟଙ୍କା ତାଙ୍କ ଭାବି ସ୍ୱାମୀଙ୍କୁ ଜଣାଇଥିଲେ । ଏକଥା ଶୁଣିବା ପରେ ନିକ୍‌ କହିଥିଲେ , କିଛି ଅସୁବିଧା ନାହିଁ, ମୁଁ ମଧ୍ୟ ଖାଇବା ତିଆରି କରିବା ଜାଣିନି। ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ୱାମୀ ନିକ୍‌ ଜୋନସ୍‌ ଏକ ଦାମୀ କାର୍‌ ଗିଫ୍ଟ କରିଥିଲେ। ଯାହାର ଫଟୋ ପ୍ରିୟଙ୍କା ସୋଶାଲ୍‌ ମିଡିଆରେ ଶେଆର କରି ନିକ୍‌ଙ୍କୁ ଦୁନିଆର ସବୁଠୁ ଭଲ ସ୍ୱାମୀ କହିଥିଲେ ।