ଆହତ ହେଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା

ଫାଟିଲା ମୁହଁ, ତାଙ୍କ ନାକ ଓ ଓଠରୁ ବାହାରୁଛି ରକ୍ତ।

0

(ମୁମ୍ବାଇ) : ଆହତ ହେଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଫାଟିଲା ମୁହଁ, ତାଙ୍କ ନାକ ଓ ଓଠରୁ ବାହାରୁଛି ରକ୍ତ। ତେବେ ଏପରି ଅବସ୍ଥା କେମିତି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କାଙ୍କ ଏହି ରକ୍ତାକ୍ତ ଫଟୋ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ରକ୍ତାକ୍ତ ଅବସ୍ଥାରେ ଗାଡି ଭିତରେ ପ୍ରିୟଙ୍କା ସେଲ୍ଫି ଉଠାଇ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଅଭିନେତ୍ରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ପ୍ରଶ୍ନ ଏବେ ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଘାରିଛି। ଏହି ଫଟୋକୁ ଶେଆର କରି ସେ ଲେଖିଛନ୍ତି, ‘କ’ଣ ଆଜି ବି କାମରେ ଆପଣଙ୍କ ଦିନ କଷ୍ଟକର ଥିଲା?’


ସୂଚନାନୁଯାୟୀ , ପ୍ରିୟଙ୍କାଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ଅନେକ ସୋଶାଲ ମିଡିଆ ୟୁଜର୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବାସ୍ତବରେ ପ୍ରିୟଙ୍କାଙ୍କ ଏହି ଫଟୋ ତାଙ୍କ ଅପ୍‌କମିଂ ପ୍ରୋଜେକ୍ଟ ‘ସିଟାଡେଲ’ର ସୁଟିଂ ସେଟ୍‌ରୁ ଆସିଛି। ସୁଟିଂ ସେଟ୍‌ରେ ତାଙ୍କର ଅବସ୍ଥା ଏଭଳି ହୋଇଛି। ସେ ଫଟୋରେ କଳା ରଙ୍ଗର ଆଉଟଫିଟ୍‌ରେ ନଜର ଆସିଛନ୍ତି। ଖୁବଶୀଘ୍ର ପ୍ରିୟଙ୍କା ହଲିଉଡର ସାଇନ୍ସ ଫିକ୍ସନ ସିରିଜ ‘ସିଟାଡେଲ’ରେ ନଜର ଆସିବେ।