ଦେଶି ଗାର୍ଲ ତଖା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ଏକ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ପୂର୍ବ ସମ୍ପର୍କକୁ ନେଇ ଏମିତି ଏକ ବିବୃତି ଦେଇଛନ୍ତି, ଯାହାକୁ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେଇଛନ୍ତି । ବେ ବଲିଉଡ୍ରୁ ହଲିଉଡ୍ ପର୍ୟ୍ୟନ୍ତ ଭଲ ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ତାଙ୍କ ଅଭିନୟ କ୍ୟାରିଅରକୁ ବିଦାୟ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନ ଏଇଥିପାଇଁ, କାରଣ ସେ ଯାହା କହିଛନ୍ତି ତାହା ଏହି ଦିଗକୁ ସୂଚାଉଛି।
ନିକଟରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ସେ ତାଙ୍କ ଝିଅ ମାଳତିଙ୍କ ପାଇଁ ଖୁସିରେ ନିଜ କ୍ୟାରିୟର ଛାଡିପାରିବେ। ଅଭିନେତ୍ରୀ କହିଛନ୍ତି “ମୋର କ୍ୟାରିଅର୍ ଗୁରୁତ୍ୱ ରଖେ। ମୁଁ ସେପର୍ୟ୍ୟନ୍ତ ଏ ବିଷୟରେ ଚିନ୍ତା କରି ନ ଥିଲି ଯେପର୍ୟ୍ୟନ୍ତ ମୁଁ ମୋ ବହି ଉପରେ କାମ କରି ନଥିଲି। ତା’ପରେ ମୁଁ ଭାବିଲି ଯେ ବର୍ତ୍ତମାନ ମୋର ବୟସ ୪୦ ହୋଇଛି। ବର୍ତ୍ତମାନ ମୋତେ ପଚରାଯିବ ଯେ ମୁଁ ମୋର କ୍ୟାରିଅର୍ ଛାଡିଦେବି ଆଉ ଦେଶ ପରିବର୍ତ୍ତନ କରିଦେବି, ତେବେ ମୁଁ ମୋ ଝିଅ ପାଇଁ କୌଣସି ପ୍ରଶ୍ନ ବିନା ଏହା କରିବି ।
ଦେଶୀ ଗର୍ଲ ଆହୁରି କହିଛନ୍ତି ଯେ “କିନ୍ତୁ ଏପରି କିଛି ପରିବାର ଅଛନ୍ତି ଯେଉଁମାନେ ସାମାଜିକ ଚାପରେ ଅଛନ୍ତି, ଯେଉଁମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଝିଅମାନଙ୍କୁ ପ୍ରଶଂସା କରୁ ନାହାନ୍ତି। ତେଣୁ, ମୁଁ ଭାବୁଛି ଗୋଟିଏ ଜିନିଷ ଆମକୁ କରିବା ଆବଶ୍ୟକ, ତାହା ହେଉଛି ପିଲାମାନଙ୍କ ଯତ୍ନ ନେବା ସମୟରେ ପରସ୍ପର ସହ କଥା କରେଇବା।
ଯେଉଁଠାରେ ମହିଳାମାନେ କ୍ଷମତାରେ ଅଛନ୍ତି, କେବଳ ଚାକିରି ପାଇଯିବା ପାଇଁ ନୁହେଁ, ପ୍ରକୃତରେ ସେମାନେ ନିଷ୍ପତ୍ତି ନେବା ଉଚିତ। ମୁଁ ଭାବୁଛି ଏହା ହିଁ ଆମ ପାଇଁ ପରିବର୍ତ୍ତନ ହେବ।