(ପ୍ରିୟଦର୍ଶନୀ ସ୍ୱାଇଁ /ମୁମ୍ବାଇ):ବଲିଉଡ଼୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ବିିବାହ ଅତି ରାଜକୀୟ ଢ଼ଙ୍ଗରେ ହୋଇଥିଲା । ବିିବାହର ୪ମାସ ପରେ ନିକ୍ଙ୍କ ମାଙ୍କ ମନରେ ଦେଖିବା ମିଳିଛି ଅସନ୍ତୋଷ । ଥରେ ନୁହେଁ ଏନେଇ ଶାଶୁ ଅନେକ ଥର ପ୍ରିୟଙ୍କାଙ୍କୁ ଏବିଷୟରେ ଅଭିଯୋଗ କରି କହିଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ବିବାହ ସହ ଜଡ଼ିତ ଏକ ନିଜର ଅନୂଭୂତିକୁ ସେୟାର କରିଛନ୍ତି ଶାଶୁ ଡ଼େନିସ୍ । ନିଜ ପୁଅର ବିବାହକୁ ନେଇ ସେ ଦୁଖିଃତ ଥିବା ଜଣାଇଛନ୍ତି । ଯେଉଁଭଳି ଭାବରେ ପ୍ରିୟଙ୍କା-ନିକ୍ ରାଜକୀୟ ଢ଼ଙ୍ଗରେ ବିବାହ ହୋଇଥିଲା, ତାହାକୁ ଫଟୋଗ୍ରାଫରମାନେ ଠିକ୍ ଭାବରେ କ୍ୟାପ୍ଚର କରି ପାରିଲେ ନାହିଁ ବୋଲି କହିଥିଲେ ଶାଶୁ ।