ପ୍ରୋ କବାଡ଼ି : ହରିୟାଣାକୁ ହରାଇଲା ଦିଲ୍ଳୀ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଚଳିତ ପ୍ରୋ କବାଡ଼ି ମ୍ୟାଚରେ ଦିଲ୍ଲୀର ତୃତୀୟ ବିଜୟ ଯାତ୍ରା ଜାରି ରହିଛି । ରବିବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ  ହରିୟାଣା ଷ୍ଟିଲର୍ସକୁ ୪୧ -୨୧ ପଏଣ୍ଟରେ ପରାସ୍ତ କରିଛି । ମ୍ୟାଚ ଆରମ୍ଭରୁ ଦିଲ୍ଲୀର ପ୍ରଦର୍ଶନ ଭଲ ରିହିଥିଲା ଏବଂ ମ୍ୟାଚ୍ ଦଳ ହାତରେ ରହିଥିଲା । ଦିଲ୍ଳୀ ପକ୍ଷରୁ ଚନ୍ଦ୍ରନ ରଞ୍ଜିତ ୧୧ ଓ ନୀବନ କୁମାର ୧୦ ପଏଣ୍ଟ ହାସଲ କରି ହରିୟାଣା ଷ୍ଟିଲର୍ସକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।
ନବୀନ ଦ୍ୱିତୀୟ ଥରପାଇଁ ସୁପର ୧୦ ହାସଲ କରିଥିଲେ। ପୂର୍ବରୁ ସେ ହାଇଦ୍ରାବାଦରେ ତେଲ୍‌ଗୁ ଟାଇଟାନ୍ସ ବିପକ୍ଷରେ ମଧ୍ୟ ସମାନ ସଫଳତା ପାଇଥିଲେ। ଚଳିତ ଲିଗ୍‌ରେ ଦିଲ୍ଲୀର ଏହା ତୃତୀୟ ବିଜୟ। ଅନ୍ୟପକ୍ଷରେ ହରିୟାଣାର ୨ ମ୍ୟାଚରୁ ଏହା ପ୍ରଥମ ପରାଜୟ। ପୂର୍ବରୁ ହାଇଦ୍ରାବାଦ୍‌ ଚରଣରେ ଏହି ଦଳ ବିଜୟୀ ହୋଇଥିଲା।