(ଅନୁଗୁଳ / ଜ୍ୟୋତିରଂଜନ ) : ଅନୁଗୁଳ ଜିଲ୍ଳାର କଣିହାଁ ବ୍ଲକ ଦେଇ ରେଙ୍ଗାଳି ଯାଇଥିବା ଟାକୁଆ ପୋଲି ଏବେ ବିପଦସଙ୍କୁଳ ଅବସ୍ଥାରେ । ପୋଲ ତଳୁ ରଡ଼ ଦେଖାଯାଉଥିବାରୁ ପୋଲ ଖୁବ୍ କମ୍ ଦିନ ଭିତରେ ଭୁଶୁଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଅଂଚଳବାସି ଏବେ ଚିନ୍ତାରେ ପଡ଼ିଛନ୍ତି ।
କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଟାକୁଆ ବ୍ରିଜ ଏବେ ବିପଦସଙ୍କୁଳ ଅବସ୍ଥାରେ । ପୋଲ ତଳୁ ଏବେ ବଡ଼ ଦେଖାଗଲାଣି । ଫଳରେ ପ୍ରାୟ ୫୦ ଖଣ୍ଡ ଗ୍ରାମର ଲାଇଫଲାଇନନ ସାଜିଥିବା ଏହି ପୋଲକୁ ନେଇ ଏବେ ଅଂଚଳବାସି ଚିନ୍ତାରେ ପଡ଼ିଛନ୍ତି ।
ପୂର୍ବେ ନଦୀ ଆରପଟ ଗାଁ ଲୋକେ ଡ଼ଙ୍ଗାରେ ଯାଉଥିବାରୁ ବହୁ ଅସୁବିଧା ପାଉଥିଲେ । ମାତ୍ର ପୋଲ ହେବା ଯୋଗ ଗମନଗମନ ସୁବିଧା ହୋଇଥିବାବେଳେ ବାଲିମାଫିଆ ଏବଂ କଣିହାଁ ତହସିଲଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ପୋଲର ଏଭଳି ଅବସ୍ଥା ହେଇଛି । ତେଣୁ ବେଳ ଥାଉ ଥାଉ ଏଥିପ୍ରତି ସଜାଗ ରହିବା ସାଧାରଣରେ ମତପ୍ରକାଶ ପାଇଛି ।