(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର ।ଗତ ୪ଦିନ ହେବ ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜାପାଲି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ କେହିଜଣେ ଅଜଣା ବ୍ୟକ୍ତି ତାଲା ପକାଇଛନ୍ତି । ଯାହା ଫଳରେ ବାରଣ୍ଡାରେ ପାଠପଢା ହେବା ସହ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ଏ ନେଇ ସିଡିପିଓ ଙ୍କୁ ପଚାରିବାରୁ ଏ ବିଷୟରେ ମୁଁ କିଛି ଜାଣି ନାହିଁ ବୋଲି କହିଲେ ।ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ବାରଣ୍ଡାରେ ଚାଲିଛି ପାଠପଢା ଓ ଅନ୍ୟ ଅଙ୍ଗନବାଡି ରୁ ମଧ୍ୟାହ୍ନ ଭୋଜନ ଅଣାଯାଇ ଛୁଆ ମାନଙ୍କୁ ଦିଆଯାଉଛି ।ଛୁଆ ମାନଙ୍କ ଭବିଷ୍ୟତ ଅନ୍ଧାର ହେବାରେ ଲାଗିଲାଣି । ଅଙ୍ଗନବାଡି କର୍ମୀ ଙ୍କ କହିବା ଅନୁଯାୟୀ ଏ ସମ୍ପର୍କରେ ମୁଁ କିଛି ଜାଣି ନାହିଁ ।ଛୁଆ ମାନଙ୍କ ଅଭିଭାବକ ମାନେ ମଧ୍ୟ ଅଯଥା ହଇରାଣ କରୁଛନ୍ତି ବୋଲି କହୁଛନ୍ତି । ଏଠି ପ୍ରଶ୍ନ ଉଠୁଛି କିଏ କରିବ ଏହାର ସମାଧାନ ?କେବେ ଖୋଲିବ ଅଙ୍ଗନବାଡି କେନ୍ଦ୍ର ?ସେ ଅପେକ୍ଷାରେ ଛାତ୍ର ଛାତ୍ରୀ ଓ ଅଭିଭାବକ ।