ପାଉଁଶ ବଳୟରେ କଣିହାଁବାସୀ , ପ୍ରଶାସନର ନିରବତା

0

(ଜ୍ୟୋତିରଂଜନ ଧର / ଅନୁଗୁଳ ) : ଅନୁଗୁଳ ଜିଲ୍ଲାରେ କଣିହାଁ ବ୍ଲକ ବାସି ଏବେ ପ୍ରଦୂଷଣ ବଳୟରେ ଛଟପଟ । ସମାନ୍ୟ ପବନ ବହିଲେ ଏନଟିପିସି ଆସପଣ୍ଡରୁ ପାଉଁଶ ଉଡ଼ି ଅଚଂଳ ପୂରା କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ଫଲରେ ରାସ୍ତାରେ ଗାଡ଼ିମଟର ଯିବା ଆସିବାରେ ଅସୁବିଧା ହେଉଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖାଦେଇଛି । ସେହପରି ଏନଟିପିସିରେ ଆସପଣ୍ଡରୁ ନିର୍ଗତ ପାଉଁଶ ପାଣି ଆସି ସିଧାସଳଖ ଟିକିରି ନଦୀ ଦେଇ ବ୍ରାହ୍ମଣୀରେ ମିଶୁଛି । ଫଳରେ ନଦୀ ପାଣିକୁ ବ୍ୟବହାର କରୁଥିବା ଦଜାର ହଜାର ଲୋକ ବିଭିନ୍ନ ରୋଗର ଶିକାର ହେବା ସହ ପଶୁ ସମ୍ପଦ ଓ ଜଳଚର ପ୍ରାଣୀ ଏହା ଦ୍ୱାରା ପ୍ରଭାବିତ ହେଇ ପ୍ରଭାବିତ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନିକ ଅଧିକରୀ ଓ ପ୍ରଦୂଷଶ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।