ଓଡ଼ିଅ। ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସବିତା ପ୍ରଧାନଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ

0

ଭୁବନେଶ୍ୱର: ସବିତା ପ୍ରଧାନଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି କରିଛନ୍ତି । ଶାନ୍ତିନିକେତନ ଥିବା ବିଶ୍ୱଭାରତୀ ବିଦ୍ୟାଳୟର ପ୍ରଫେସର ସବିତା ପ୍ରଧାନ । ସେ ‌ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ।

ସୂଚନା ଅନୁଯାୟୀ, ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ୟ୍ୟ ସରିବା ପର୍ୟ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟର ଅଫିସ୍‌ ଓ ଶିକ୍ଷାଦାନ ଚାଲିଛି।