(ଜୟନ୍ତ କୁମାର ସେଠୀ / ଗୋପ ) : ମିଶନ ଓନ ମିଲିୟନ ପ୍ରୁର୍ଟ ପ୍ଲାଣ୍ଡେସନ କାର୍ୟ୍ୟକ୍ରମକୁ ପିପିଲି ମଙ୍ଗଳପୁର ଠାରେ ଉଦଘାଟନ କରିଛନ୍ତି ଓଡ଼ିଶା ବିଧାନସଭା ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ୟ୍ୟ ନାରାୟଣ ପାତ୍ର । ଓଡ଼ିଶା ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୃତ୍ତିକାକ୍ଷୟ ଓ ଜମି ଅବନତି ସ୍ତରରେ ରହୁଥିବାରୁ କୃଷକମାନଙ୍କ ପାଇଁ ଫଳ ଉପ୍ତାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପିପିଲି ଦୁର୍ଗାଦାସପୁର ଗ୍ରାମ ପଞ୍ଚାୟତରେ ମିଶନ ଓନ ମିଲିୟନ ପ୍ରୁର୍ଟ ଟ୍ରି ପ୍ଲାଣ୍ଟେସନ କାର୍ୟ୍ୟକ୍ରମ ଉଦଘାଟିତ ହୋଇଅଛି । ଆସନ୍ତା ୨୦୩୦ ମସିହା ସୁଦ୍ଧା ୧୦ ମିଲିୟନ ଫଳ ବୃକ୍ଷ ରୋପଣ କରିବାକୁ ସ୍ଥିର କରାଯାଇଛି। ୧ ନିୟୁତ ଫଳ ବୃକ୍ଷ ରୋପଣ ଦ୍ଵାରା ଆସନ୍ତା ୨ ବର୍ଷ ମଧ୍ୟରେ ଫନି ମହାବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିରସ୍ଥାୟୀ ଜିବିକା ପୁନର୍ଗଠନ କରିବବୋଲି ଆଶା କରାଯାଉଛି। ଏହି କାର୍ୟ୍ୟକ୍ରମ ଓଟିପି/ ୱ।ନ ଟ୍ରିଜ ଫାଣ୍ଟେଡ , ୟୁଏସ,ଏ , ଦି କ୍ଲାଇମେଟ ରିଏଲଟି ଇଣ୍ଡିଆ ଓ ସ୍ପର୍ଶ ଫାଉଣ୍ଡେସନ, ଜେକେ, ପେପର ମିଲ୍ଲସ ଲିଃ ଦ୍ଵାରା ପରିଚାଳିତ ହେଉଛି । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ, ସ୍ଵେଚ୍ଛାସେବୀ ସଙ୍ଗଠନ , ମହିଳା ମହାସଂଘ ଆଦି କୃଷ ମାନେ ଯୋଗ ଦେଇଥିଲେ।