ଇନ୍ସପେକ୍ଟର ପାହ୍ୟାରୁ ଡିଏସ୍ପି ପାହ୍ୟାକୁ ମିଳିଲା ପଦୋନ୍ନତି

0

କଟକ : ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସେମାନଙ୍କୁ ବିଭିନ୍ନ ଜିଲାରେ ଖାଲିଥିବା ସ୍ଥାନକୁ ବଦଳି କରାଯାଇ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ପୂର୍ବରୁ ଇନ୍ସପେକ୍ଟର ପାହ୍ୟାରୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଥିବା ୪୪ଜଣଙ୍କୁ ବଦଳି କରାଯାଇ ନୂତନ ନିଯୁକ୍ତି ଦିଆଯାଇଛି।

ରାଜ୍ୟରେ ରାଜ୍ୟ ପୋଲିସ ପ୍ରତିଷ୍ଠା ବୋର୍ଡ (SPEB) ତରଫରୁ କାର୍ଯ୍ୟରତ ଇନସପେକ୍ଟର ପୋଲିସ ଅଧିକାରିଙ୍କୁ ଡିଏସପି ପଦ ପାହ୍ୟାକୁ ପଦୋନ୍ନୋତି ମିଳିଛି । ସୁରେନ୍ଦ୍ରନାଥ ରାୟଗୁରୁଙ୍କୁ ଇନସପେକ୍ଟର ପଦରୁ ଡିଏସପି ପଦ ପାହ୍ୟାକୁ ପଦୋନ୍ନୋତି ମିଳିଛି । ଗଞ୍ଜାମ ପୋଲିସ ବିଭାଗରେ କାର୍ଯ୍ୟରତ ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଏସପି ଏବଂ ଡିଏବି ଭାବେ ନିଯୁକ୍ତି ମିଳିଛି । ଇନ୍ଟେଲିଜେନ୍ସ ବିଭାଗରେ କାର୍ଯ୍ୟରତ ବିଚିତ୍ରନନ୍ଦ ସାମଲଙ୍କୁ କଟକ ଭୁବନେଶ୍ୱର ସହକାରୀ ପୋଲିସ କମିଶନର ଭାବେ ନଯୁକ୍ତି ମିଳିଛି । ସିଆଡି ଏବଂ ସିବି ବିଭାଗରେ କାର୍ଯ୍ୟରତ ମନୋଜ କୁମାର ସାମନ୍ତଙ୍କୁ ଇଓଡବଲ୍ୟ, ସିଆଡି ଏବଂ ସିବି ପଦକୁ ଡିଏସପି ଭାବେ ପଦୋନ୍ନୋତି ମିଳିଛି । ଢେଙ୍କାନାଳରେ କାର୍ଯ୍ୟରତ ରଜଂନ କୁମାର ଦେଙ୍କୁ କାମାକ୍ଷାନଗର ଏସଡିପିଓ ପଦକୁ ପଦୋନ୍ନୋତି ମିଳିଛି । ଭଦ୍ରକ ଇନସପେକ୍ଟର ପୋଲିସ ଭାବେ କାର୍ଯ୍ୟରତ ନବକ୍ରିଷ୍ଣ ନାୟକଙ୍କୁ ଭୁବନେଶ୍ୱର କଟକ ସହକାରୀ ପୋଲିସ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ରାୟଗଡାରେ କାର୍ଯ୍ୟରତ ଜୟଶ୍ରୀ ପ୍ରଧାନଙ୍କୁ କେଉଁଝରରେ ଡିସିପି ପାହ୍ୟାକୁ ପଦୋନ୍ନୋତି ମିଳିଛି ।