(ଅନୁସ୍ୱୟା)ଭୁବନେଶ୍ୱର: ଜନତାଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଆଜି ମାଗୁଛି ନିଜ ସୁରକ୍ଷା । ଜୁଲାଇ ୨୬ରେ ବାଲେଶ୍ୱର ବାଲିଆପାଳ ଏକ ଢାବାରୁ ନାବାଳକର ମୃତଦେହ ଉଦ୍ଧାର ପରେ ଘଟଣାସ୍ଥଳରେ ଲଙ୍କାକାଣ୍ଡ ଘଟିଥିଲା । ଫଳରେ ଉତ୍ୟକ୍ତଲୋକେ ରାସ୍ତାରୋକ କରିଥିବା ବେଳେ ବୁଝାସୁଝା କରୁଥିବା ପୋଲିସକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ । ତେଣୁ ପୋଲିସଙ୍କ ସୁରକ୍ଷାକୁ ନେଇ ଆଜି ଓଡ଼ିଶା ପୋଲିସ ଓଡ଼ିଶା ପୋଲିସ ଅଫିସର୍ସ ସଂଘ ସୁରକ୍ଷା ଦାବୀ କରିଛି । ଡାକ୍ତରଙ୍କ ସୁରକ୍ଷା ପରି ବର୍ତ୍ତମାନ ପୋଲିସକୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉ । ପୋଲିସଙ୍କ ସୁରକ୍ଷା ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଓଡ଼ିଶା ପୋଲିସ ଅଫିସର୍ସ ସଂଘ ଦାବୀ କରିଛି । ଆଇନ ଶୃଙ୍ଖଳା ,ଅନୁସନ୍ଧାନ ପାଇଁ ପୃଥକ ପୃଥକ ଅଫିସର ନିଯୁକ୍ତ କରାଯିବା ସହ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ସଂଘ ଦାବୀ କରିଛି ।