ସତ୍ୟବାଦୀ, କଣାସରେ ବିଜେପି ଟିକେଟକୁ ନେଇ ପ୍ରତିବାଦ

0

(ଜୟନ୍ତ ସେଠୀ/ ଗୋପ): ସତ୍ୟବାଦୀ ନିର୍ଵାଚନ ମଣ୍ଡଳୀରୁ ବିଜେପି ଟିକେଟ ଓମ ପ୍ରକାଶ ମିଶ୍ରଙ୍କୁ ମିଳିଥିବାକୁ ନେଇ ପ୍ରତିକିୟାଶୀଳ ହୋଇ ଉଠିଛନ୍ତି ସତ୍ୟବାଦୀ ଓ କଣାସର ରମା ସମର୍ଥକ । କୋଟି କୋଟି ଟଙ୍କାରେ ଟିକେଟ ଡିଲ ହୋଇଛି ବୋଲି ସଙ୍ଗୀନ ଅଭିଯୋଗ ଅ।ଣିବା ସହିତ ଏôଥପାଇଁ ଜିଲ୍ଲା ଠାରୁ ରାଜ୍ୟ ପଦାଧିକାରୀମାନଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି ବିଜେପି ନେତା ରମା ରଜଂନ ବଳିୟାର ସିଂଙ୍କ ସମର୍ଥକମାନେ । ଓମ ପ୍ରକାଶ ମିଶ୍ରଙ୍କ ଟିକେଟ ପରିବର୍ତ୍ତନ କରାଯାଇ ରମା ରଜଂନ ବଳିୟାର ସିଂଙ୍କୁ ଟିକେଟ ପ୍ରଦାନ କରାଯାଉ ବୋଲି ରମା ସମର୍ଥକ ଦାବୀ କରିଛନ୍ତି ।
ରମାଙ୍କୁ ବିଜେପି ଟିକେଟ ନ ମିଳିଲେ ଅ।ଗାମୀ ନିର୍ଵାଚନରେ ମହାମେଣ୍ଟ କରାଯାଇ ବିଜେପି ନେତୃତ୍ଵଙ୍କ ବିରୋଧରେ ଲଢାଯିବ ବୋଲି ଚେତାବନୀ ଦେଇଛନ୍ତି ରମା ସମର୍ଥକ। ସେପଟେ ଟିକେଟ ଡିଲ ଅଭିଯୋଗକୁ ଦୃଢ ଭାବରେ ଖଣ୍ଡନ କରିଛନ୍ତି ଓମ ପ୍ରକାଶ ମିଶ୍ର । ବିଜେପି ଏକଜୁଟ ହୋଇ ନିର୍ଵାଚନ ଲଢିବ , ଯଦି ବିଜେପି ନେତୃବୃନ୍ଦ ଚାହିଁବେ ତେବେ ଟିକେଟ ଫେରାଇ ନେଲେ ମଧ୍ୟ ମୋର ପ୍ରତିବାଦ ରହିବ ନାହିଁ ବୋଲି କହିଛନ୍ତି ଓମ ପ୍ରକାଶ ମିଶ୍ର । ପରଦାପଛରେ ରହି ନିଜ ସମର୍ଥକମାନଙ୍କୁ ରାଜରାସ୍ତାରେ ବିଜେପି ନେତୃବୃନ୍ଦଙ୍କ ବିରୋଧରେ ସ୍ଵର ଉତ୍ତୋଳନ ପାଇଁ ପୋତ୍ସାହିତ କରୁଥିବା ରମାଙ୍କ ବିରୋଧରେ ଦଳ କି ପଦକ୍ଷେପ ନେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର ।