ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0

ଭୁବନେଶ୍ୱର: ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ଧକ୍କା ମାରିଥିଲେ । ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିବା ଘଟଣାରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ ସଭା କରାଯାଇ ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଶତାଧିକ ମହିଳା ବିଜେଡି କର୍ମୀ ସାମିଲ ହୋଇଛନ୍ତି । ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଛନ୍ତି । ଏହା ସହ ଜୟନାରାୟଣ ମିଶ୍ରଙ୍କ କୁଶପୁତଳିକା ଦାହ କରାଯାଇଛି । ଜୟନାରାୟଣ ଙ୍କ ଇସ୍ତଫା ଦାବି କରିବା ସହ ତୁରନ୍ତ ଗିରଫ ଦାବି କରିଛି ବିଜେଡି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ । ଯେତେବେଳେ ଜଣେ ଜନପ୍ରତିନିଧି ହେଇ ମହିଳାଙ୍କୁ ପ୍ରତି ଅସମ୍ମାନ କରିବେ ଏବଂ ଅପରାଧିକ ମାମଲାରେ ତାଙ୍କର ସମ୍ପୃକ୍ତି ରହିବ । ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଏହି ବିକ୍ଷୋଭ ରେ ମେୟର ସୁଲୋଚନା ଦାସ, ମୁଖପାତ୍ର ଶ୍ରୀମୟୀ ମିଶ୍ର, ସାଂସଦ ସୁଲୋତା ଦେଓ ଙ୍କ ସମେତ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ ।