ପାକିସ୍ତାନରୁ ସିନ୍ଧୁ ପ୍ରଦେଶକୁ ଅଲଗା ପାଇଁ ଅନ୍ତର୍ଜାତୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ପାଇଁ ଦାବି

0

(ଇସଲାମାବାଦ): ପାକିସ୍ତାନରୁ ସିନ୍ଧ ପ୍ରଦେଶକୁ ଅଲଗା କରିବା ପାଇଁ ପାକିସ୍ତାନର ସାନ ସହରରେ ବିକ୍ଷୋଭ ରବିବାର ହୋଇଛି । ବିକ୍ଷୋଭକାରୀମାନେ ସିନ୍ଧୁ ପ୍ରଦେଶ ସ୍ଥାପନା ପାଇଁ ଦାବି କରିଛନ୍ତି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅନ୍ତର୍ଜାତୀୟ ନେତା ହସ୍ତକ୍ଷେପ କରିବାକୁ ଦାବି ହୋଇଛି । ସିନ୍ଧୁ ଉପତ୍ୟକା ଉପରେ ବ୍ରିଟିଶ ସରକାର ବେଆଇନ କବଜା କରିଥିଲା । ୧୯୪୭ରେ ଏହାର ନାଗରିକଙ୍କ ମତାମତ ନନେଇ ପାକିସ୍ତାନରେ ଏହାକୁ ସାମିଲ କରାଯାଇଥିଲା । ଏବେ ପାକିସ୍ତାନ ସିନ୍ଧକୁ ଲୁଟୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ଏଣୁ ସିନ୍ଧର ସ୍ୱାଧୀନତା ପାଇଁ ସ୍ୱର ଉତ୍ତୋଳନ ହୋଇଛି । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ଅନ୍ତର୍ଜାତୀୟ ନେତାଙ୍କ ପୋଷ୍ଟର ଧରି ବିକ୍ଷୋଭ କରିଛନ୍ତି ।