ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ପ୍ରବର୍ତ୍ତନ ନୀତି ବିରୋଧରେ ଚାଲିଥିବା ବିକ୍ଷୋଭ ଭୟାନକ ରୂପ ନେଇଛି

0

ଲସ୍ ଆଞ୍ଜେଲସ୍-: ମଙ୍ଗଳବାର ଦିନ ଲଗାତାର ପଞ୍ଚମ ଦିନ ପାଇଁ ଆମେରିକାର ଦ୍ୱିତୀୟ ବୃହତ୍ତମ ସହରରେ ଅସ୍ଥିର ପ୍ରତିବାଦ ଜାରି ରହିବାରୁ ଲସ୍ ଆଞ୍ଜେଲସ୍ ସହରକୁ ଜରୁରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ପ୍ରବର୍ତ୍ତନ ନୀତି ବିରୋଧରେ ଲସ୍‌ ଏଞ୍ଜେଲେସ୍‌ରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଭୟାନକ ରୂପ ନେଇଛି ଏବଂ  ଗୃହଯୁଦ୍ଧ ଭଳି ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନରେ କାରଗୁଡିକୁ ପୋଡ଼ି ଦେଉଥିବା ଦେଖାଯାଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ୍ ଆଞ୍ଜେଲସ୍ ରେ ନ୍ୟାଶନାଲ ଗାର୍ଡ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ନ୍ୟାଶନାଲ ଗାର୍ଡ ମୁତୟନ ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ । ବେଆଇନ ପ୍ରବାସୀମାନଙ୍କ ଦ୍ୱାରା ଆମେରିକାର ଲସ୍ ଆଞ୍ଜେଲସ୍ ରେ ଚାଲିଥିବା ବିରୋଧ ପ୍ରଦର୍ଶନ ଧୀରେ ଧୀରେ ହିଂସାତ୍ମକ ରୂପ ନେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ପ୍ରତିବାଦକାରୀଙ୍କୁ ଗିରଫ କରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ।