ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ବିକ୍ଷୋଭ

0

(ଦୀପକ ମିଶ୍ର / ଉଦଳା): ରାଜ୍ୟ ସରକାର ବିଭିନ୍ନ ସ୍କୁଲକୁ ମିଶ୍ରଣ ପ୍ରକ୍ରିୟାରେ ସାମିଲକୁ ନେଇ ଅଲ ଇଣ୍ଡିଆ ଡେମୋକ୍ରେଟିକ ଛାତ୍ର ସଂଗଠନ ପକ୍ଷରୁ ଏହାକୁ ବିରୋଧ କରିବା ସହ କପ୍ତିପଦା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କ୍ଷ ବିଶେଷ କରି ଓଡିଶା ସରକାର ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ କରି ନିକଟସ୍ଥ ସ୍କୁଲରେ ମିଶ୍ରଣ ପ୍ରକ୍ରିୟା ଓ ରାଜ୍ୟରେ ସମସ୍ତ ବିଇଡି କଲେଜ ବନ୍ଦ ନିଷ୍ପତିକୁ ତୁରନ୍ତ ବାତିଲ କରିବା ପ୍ରତିବାଦରେ ଆଜି ବିକ୍ଷୋଭ କରିଥିଲେ କ୍ଷ କପ୍ତିପଦା ବିଡ଼ିଓଙ୍କ ଜରିଆରେ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା କ୍ଷ ତେବେ ଆଗାମୀ ଦିନରେ ଏହି ସବୁ ଦାବି ପୁରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ର ସଂଗଠନ ଚେତାବନୀ ଦେଇଛନ୍ତି କ୍ଷ