ପୋଲିସ ଲଗାଇ ନବ ଦାସଙ୍କୁ ହତ୍ୟା କରିବା ନେଇ ଦିପାଲୀ ଦାସଙ୍କ ଅଭିଯୋଗ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କାହାକୁ ଇଙ୍ଗିତ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ତାଙ୍କର ଥିଲା । ତଦନ୍ତକାରୀ ସଂସ୍ଥା ତାଙ୍କ ସହିତ ଥିଲା । ତାଙ୍କ ସରକାରଙ୍କର ପୋଲିସ ବିଭାଗ ଥିଲା । କିନ୍ତୁ ସେତେବେଳେ ସେ ମୁଁହ ଖୋଲିବା କଥା, କିନ୍ତୁ ସେତେବେଳେ ସେ ପରିବାର ମୁଁହ ଖୋଲିଲେ ନାହିଁ । କ୍ଷମତା ରାଜନୀତିରେ ରହିବା ପାଇଁ ସେ ପ୍ରସଙ୍ଗକୁ ଘଣ୍ଟ ଘୋଡାଇବାକୁ ସେମାନେ ଚାହିଁଲେ । କୌଣସି ପ୍ରକାର ଅଭିଯୋଗ ସେତେବେଳେ ତାଙ୍କ ପରିବାର ତରଫରୁ ନଥିଲା, ଯାହା ଆଶା କରାଯାଉଥିଲା । କିନ୍ତୁ ଆଜି ସେ ବାବଦରେ କହିବାର କିଛି ମାନେ ନାହିଁ । ତେଣୁ ଯାହା ହୋଇଛି ସେ ବାବଦରେ ସରକାର କଣ ନିଷ୍ପତି ନେବେ ଖୁବଶୀଘ୍ର ଜଣାପଡ଼ିବ । କିନ୍ତୁ ହତ୍ୟା ଉପରେ ଆଜି ଆକ୍ଷେପ କରିବା ବଦଳରେ ଯଦି ସେତେବେଳେ ଆକ୍ଷେପ କରିଥାନ୍ତେ, ତେବେ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଘଟଣା ଭିନ୍ନ ମୋଡ଼ ନେଇଥାନ୍ତା।