କନ୍ଧମାଳ ;(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳା ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଞ୍ଚଳ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଞ୍ଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଞ୍ଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି ଏବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳଙ୍କ ଉଦ୍ୟମରେ ରାଇକିଆ ଓ ଫିରିଙ୍ଗିଆ ବ୍ଲକ୍ ର ବିଭିନ୍ନ ଅପହଂଞ୍ଚ ଅଞ୍ଚଳରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ସଚେତନତା ଯଥା- ପରିବାର ନିୟୋଜନ, ଗର୍ଭବତୀ ପଞ୍ଜିକରଣ, ଗର୍ଭବତୀ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ, ଓ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ସ୍ଥାନୀୟ ଲୋକନୃତ୍ୟ ଦଣ୍ଡ ବୀଣାକାର ଓ ପାଲା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ବୀଣାକାର କାଶ୍ୟପ ଖମାରୀ ଓ ଗାୟକ ବ୍ୟାସଦେବ ପ୍ରଧାନଙ୍କ ନେତୃତ୍ୱରେ ଏହି ଗାଁ ମାନଙ୍କରେ ଜନସାଧାରଣଙ୍କୁ ମହିଳା ମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାଯାଇଥିଲା । ବିଭିନ୍ନ ଗୀତ, ନୃତ୍ୟ, ଉଦାହରଣ ଓ କମେଡି ମାଧ୍ୟମରେ ଉପସ୍ଥାପନାକୁ ଲୋକମାନେ ଆଗ୍ରହର ସହ ଉପଭୋଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ଲଗାଇବେ ବୋଲି କହିଥିଲେ । ଫିରିଙ୍ଗିଆ ଓ ରାଇକିଆ ର ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର. ପ୍ରବୋଦ ପ୍ରଧାନ ଏବଂ ଡାକ୍ତର. ଶ୍ରିନିବାସ ପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟ ରେ ପୂର୍ବରୁ ନୃତ୍ୟ ଦଳ ମାନଙ୍କ ସହିତ ଏକ ଆଲୋଚନାରେ ଭାଗନେଇ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ବାର୍ତା ଗ୍ରାମାଞ୍ଚଳର ଶେଷ ଭାଗରେ ବସବାସ କରୁଥିବା ଲୋକ ପାଖରେ ପହଂଚିବା ଆବଶ୍ୟକତା ଅଛି ବୋଲି କହିଥିଲେ ଏବଂ ଏହା କିପରି ଭାବେ ଅଧିକ ପ୍ରଭାବ ପକାଇପାରିବ ତାହାଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ ।
ଗ୍ରାମବାସି ମାନଙ୍କୁ ସଚେତନତା କରିବାକୁ ସ୍ଲୋଗାନ ମାଧ୍ୟମରେ ଏକ ପଦଯାତ୍ରା ମଧ୍ୟ ଗ୍ରାମ ପରିକ୍ରମା କରିଥିଲା । ଅନୁଷ୍ଠାନର ସଂପାଦକ ଆମ ଜିଲ୍ଲା ପାଇଁ ମହିଳା ପ୍ରଜନନଜନ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ର ବହୁଳ ଆବଶ୍ୟକ ଥିବା ମତ ବ୍ୟକ୍ତ କରିଥିଲେ ।
ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଜନି ପ୍ରଧାନ ଓ ଶିବରାମ ପ୍ରଧାନ ଙ୍କ ନେତୃତ୍ୱ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଶା ଓ ଅଙ୍ଗନଓାଡି କର୍ମୀ ମାନେ ସହଜୋଗ କରିଥିବା ବେଳେ ଅନୁଷ୍ଠାନ ତରଫରୁ ସଂଯୋଜକ ବିଶ୍ୱରଞନ କର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସୁଚାରୁ ପରିଚାଳନା ନିମନ୍ତେ ନିକୁନ୍ତ ପ୍ରଧାନ, ପୁଷ୍ପିତା ସାହୁ, ସ୍ନେହଲତା ପ୍ରଧାନ ଓ ନୁତନ୍ୟ ସବର ପ୍ରମୁଖ ସହଯୋଗ କରିଥିଲେ ।