ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

0

କାକଟପୁର/ ଆର୍ଯ୍ୟ ବିଶ୍ୱାଳ : ଚଳିତ ବର୍ଷ ଅକ୍ଟୋବର ମାସ ୨୫ତାରିଖରେ ହେବାକୁ ଥିବା  ସୂର୍ଯ୍ୟପରାଗକୁ ନେଇ ଜାରି ହେଲା କଟକଣା । କୋରାପୁଟ ସ୍ଥିତ ମଙ୍ଗଳା ମନ୍ଦିରରେ ଉକ୍ତ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ଫତି ନିଆଯାଇଛି । ୨୪ ତାରିଖ ଅର୍ଥାତ ସୋମବାର ଦିନ ସମସ୍ତ ନୀତି କାନ୍ତି ସମ୍ପର୍ଣ୍ଣ ହୋଇ ଉକ୍ତ ଦିନ ମଙ୍ଗଳବାର ନୀତି କାନ୍ତି ହୋଇ ମନ୍ଦିର ସର୍ବସାଧାରଣ ପାଇଁ ବନ୍ଦ ରହିବ । ବୁଧବାର ଆର୍ଥାତ ୨୬ ତାରିଖ ଦିନ ସର୍ବସାଧାରଣ ରେ ମାଙ୍କ ଦର୍ଶନର ସୁଯୋଗ ପାଇବେ । ଏ ନେଇ ମନ୍ଦିର ସେବାୟତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।