(କଣିହାଁ/ଜ୍ୟୋତିରଂଜନ ଧର ):ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଅଧୀନସ୍ଥ ଏନ୍ଟିପିସି ପାଣି ପମ୍ପ ହାଉସ ନିକଟସ୍ଥ ଲାବଣ୍ୟବତୀ ମା’ ଭୈରବୀଙ୍କର ୫ବାର୍ଷିକ ଷୋଳ ପୂଜା ସୋମବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ମା’ଙ୍କ ଆଶ୍ରମ ପରିସରରେ ଗତ ୧୧ନଭେମ୍ବର ରୁ ଷୋହଳ(୧୬) ଟି ସୋମବାର ବ୍ରତଧାରୀଙ୍କ ପକ୍ଷରୁ ପାଳନ କରାଯାଇଥିବା ବେଳେ ଆଜି ତାହା ଅନ୍ତିମ ସୋମବାରରେ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ କର୍ତା ଭଜହରି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପୂଜାବିଧି ପରିଚାଳିତ ହୋଇଥିଲା । ସ୍ଥାନୀୟ ଗ୍ରାମାଞ୍ଚଳର ମାନସିକ ବ୍ରତଧାରୀମାନେ ଏଥିରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ସୋମବାର ହୋମଯଜ୍ଞ, ମନ୍ତ୍ରପାଠ, ଶଙ୍ଖଧ୍ୱନି, ଭଜନ କୀର୍ତନ ସହ ସଂଧ୍ୟାରେ ମା’ଙ୍କର ଆଳତି ସହିତ ପୂଜାର ବିଦ୍ଧିମୁତାବକ ପ୍ରତି ସୋମବାର ବ୍ରତ ବହି ପାଠ କରାଯାଇଥାଏ ।
ସେହିପରି ଶୁଭାରମ୍ଭ ଅବସରରେ ପ୍ରାତଃ ରୁ ନିକଟସ୍ଥ ବ୍ରାହ୍ମଣ ନଦୀ ତଟରେ ପୌରହିତଙ୍କ ଯଥାରୀତି ନୀତିରେ ପୂଜାର୍ଚ୍ଚନା ସରିବା ପରେ ବ୍ରତଧାରୀମାନେ ୧୦୮ପାଣି ପୂର୍ଣ୍ଣ କଳସୀ ଧରି ଏକ ଶୋଭାଯାତ୍ରାରେ ଆସି ମା’ଙ୍କ ମୁଖ୍ୟମନ୍ଦିର ଠାରେ ସ୍ଥାପନ କରିଥିଲେ । ଶୋଭାଯାତ୍ରା ସମୟରେ ଘଂଟ, ଶଙ୍ଖ, ଢୋଲ, ସଂକୀର୍ତନ ଧ୍ୱନୀରେ ସେହି ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସଂପୃକ୍ତ ଆଶ୍ରମ ଏକାତ୍ମାସେବା ସଂଘର କର୍ମକର୍ତା ମାନଙ୍କ ମଧ୍ୟରେ ବରିଷ୍ଠ ଭକ୍ତ ଭିକାରୀ ଚରଣ ସାହୁ, ବ୍ରହ୍ମକୁମାର ଶଙ୍କରର୍ଷଣ ସୁବୁଦ୍ଧି, ସୁଲୋଚନା ସାହୁ, ନରହରି ପ୍ରଧାନ, ସୁଶାନ୍ତ ସାହୁ, ଦଣ୍ଡଧର ସାହୁ, ଅନିଲ କୁମାର ସାହୁ, ଟିକନ ସାହୁ, ଅଭୟ ତ୍ରିପାଠୀ, ଗାନ୍ଧୀ ଗୌଡ଼, ପ୍ରଶାନ୍ତ ସାହୁ, ରଞ୍ଜନ ମହାନ୍ତି, ଅଶୋକ ମହାନ୍ତି, ନରେଶ ମହାନ୍ତି, ପ୍ରମୋଦ ବେହେରା, ଇଂ ଗୁଣନିଧି ମିଶ୍ର, ଗଣେଶ ଚନ୍ଦ୍ର ପାତ୍ର, ଗଣେଶ ବୈଶାଖୀ ପ୍ରମୁଖ ସହ ଯୋଗ କରିଥିଲେ । କଣିହାଁ, ଆମ୍ବପାଳ, କରଡେଇ, କାଣ୍ଡଶର, ବିଜିଗୋଳ, ବାରଡାଙ୍ଗୁଆ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଉକ୍ତ ଉତ୍ସବରେ ସାମିଲ ହୋଇଥିଲେ ।