କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସଞ୍ଜୟ ରାୟକୁ ଦୋଷୀ ସାବସ୍ତ୍ୟ କରାଯାଇଛି । ସିଆଲଦା ସିଭିଲ ଏବଂ ଫୌଜଦାରୀ କୋର୍ଟ ଶନିବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। କୋର୍ଟରୁମ ୨୧୦ରେ ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାୟ ଘୋଷଣା କରାଯାଇଥିଲା। ଅଭିଯୁକ୍ତ ସଞ୍ଜୟ ରାୟ କୋର୍ଟରେ ଦାବି କରିଥିଲେ ଯେ ତାଙ୍କୁ ଫସାଇ ଦିଆଯାଇଛି। ସୋମବାର ତାଙ୍କୁ କୋର୍ଟରେ କହିବା ପାଇଁ ସୁଯୋଗ ଦିଆଯିବ ବୋଲି ବିଚାରପତି କହିଛନ୍ତି। ସୋମବାର କୋର୍ଟ ଦଣ୍ଡ ଘୋଷଣା କରିବେ। ସଞ୍ଜୟ ରାୟଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୬୪, ୬୬ ଏବଂ ୧୦୩(୧) ଅନୁଯାୟୀ ବଳାତ୍କାର ଏବଂ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଅତିରିକ୍ତ ଜିଲା ଏବଂ ସେସନ୍ସ ଜଜ ଅନିର୍ବାଣ ଦାସଙ୍କ କୋର୍ଟରେ ନଭେମ୍ବର ୧୧ ତାରିଖରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୂର୍ବରୁ ଏକ ଚାର୍ଜସିଟ ଦାଖଲ କରିସାରିଛି। ଆଜି ମାମଲାର ଶୁଣାଣି ପାଇଁ ପ୍ରତିବାଦକାରୀମାନେ କୋର୍ଟ ପରିସର ବାହାରେ ଏକତ୍ରିତ ହୋଇଥିଲେ। ସିଆଲଦା କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କୋଲକାତା ପୋଲିସ ପ୍ରବେଶ ନିୟନ୍ତ୍ରଣ ଏବଂ ସମସ୍ତ ଉପସ୍ଥିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନେକ ବ୍ୟାରିକେଡ ମଧ୍ୟ ନିର୍ମାଣ କରିଥିଲା।
ତେବେ ମୁଖ୍ୟ କଥା ହେଉଛି ଦୋଷୀକୁ କେଉଁ ଦଣ୍ଡ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଜଣେ ମହିଳାକୁ ବଳାତ୍କାର ଏବଂ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା କେବଳ କୋଲକାତା ନୁହେଁ ସାରା ଦେଶର ମୁଣ୍ଡ ନୁଆଁଇ ଦେଇଥିଲା । ଯେଉଁଥିରେ ସୁପ୍ରମକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀଙ୍କୁ ଉଚିତ ତଦନ୍ତ ଅନୁଯାୟୀ ଦୋଷୀକୁ ଦଣ୍ଡ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ସେପଟେ ନିଜକୁ ବାରମ୍ବାର ନିଦେ୍ର୍ଦାଷ କହି ହେଉଥିବା ସଞ୍ଜୟ ରାୟ ବର୍ତ୍ତମାନ ଦୋଷୀ ସାବସ୍ତ୍ୟ ହୋଇସାରିଥିବା ବେଳେ ତାକୁ ଫାସି ନା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ ପ ତାହା ଉପରେ ରହିଛି ସାରା ଦେଶର ନଜର ।