ଆରମ୍ଭ ହେଲା ଶ୍ରୀ ଜିଉଙ୍କ ନବଦିନାତ୍ମକ ଯାତ୍ରା , ରଥାରୁଢ ଶ୍ରୀଜିଉଙ୍କୁ ଦେଖିବାକୁ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଶାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଜଗତରନାଥ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ‘ଗୁଣ୍ଡିଚା ରାଣୀ’ଙ୍କ ନିକଟକୁ ୯ ଦିନ ପାଇଁ ଯିବେ। ଦଶମୀ ତିଥିରେ ଶ୍ରୀଜିଉ ମାନେ ବଡ଼ଦେଉଳ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ରଥଯାତ୍ରାର ପ୍ରମୁଖ ଆକର୍ଷଣ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରର ପବିତ୍ର ବଡ଼ ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପ୍ରସ୍ତୁତ ଅଛି। ହଜାର ହଜାର ଭକ୍ତ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖରୁ ଶରଧାବାଲି ଅଭିମୁଖେ ଟାଣି ନେବେ। ରଥଟଣା ପୂର୍ବରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳୀରେ ବଡ଼ଦାଣ୍ଡ ଉଛୁଳି ପଡୁଛି।
ରଥଯାତ୍ରାରେ ପ୍ରବଳ ଜନସମୁଦ୍ରକୁ ଦୃଷ୍ଟିରେ ରଖି ୨୦୦ରୁ ଅଧିକ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି। ବରିଷ୍ଠ ପୋଲିସ ଅଧିକାରୀ ମାନେ ସହର ଉପରେ ନଜର ରଖିଛନ୍ତି। ରେଳଷ୍ଟେସନ, ସର୍ବସାଧାରଣ ସ୍ଥଳ, ବସଷ୍ଟାଣ୍ଡ, ସମୁଦ୍ରକୂଳରେ ପୋଲିସ ମୁତୟନ ଅଛନ୍ତି। ସେହିପରି ଜିଲ୍ଲା ହସ୍ପିଟାଲରେ ଆକସ୍ମିକ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତଟରକ୍ଷୀ ବାହିନୀ ମଧ୍ୟ ପର୍ୟ୍ୟ ଟକଙ୍କ ପାଇଁ ପ୍ରସ୍ତୁତ ରହିଛି। ସମ୍ଭାବିତ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରସ୍ତୁତ ଅଛନ୍ତି।