ସଂଜ ଆସୁ ଆସୁ ପୁରୀ ଆକାଶକୁ ଢାଙ୍କିଲା କୁହୁଡ଼ି

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଜି ସନ୍ଧ୍ୟା ୫ଟା ବେଳକୁ ପୁରୀ ଆକାଶକୁ କୁହୁଡି ଢାଙ୍କିଦେଇଥିଲା । କୁହୁଡି ଯୋଗୁଁ ବଡ ଦେଉଳ, ଜଗମୋହନ, ନାଟମଣ୍ଡପ ସହ ଭୋଗମଣ୍ଡପରେ ଅନ୍ଧାର ମାଡିଯାଇଥିଲା । ଫଳରେ ଶ୍ରୀମନ୍ଦିରରେ ପତିତପାବନ ନେତ ବନ୍ଧା ଦେଖିବାକୁ ଅପେକ୍ଷା କରିଥିବା ଭକ୍ତଙ୍କୁ ନିରାଶ ହେବାକୁ ପଡିଛି ।
ନୀଳଚକ୍ର ଓ ପତିତପାବନ ବାନାକୁ ଆଖି ପୁରାଇ ଭକ୍ତ ଦେଖିପାରିନାହାନ୍ତି । ପତିତପାବନ ବାନା ଓ ନୀଳଚକ୍ର ଦର୍ଶନରେ ଏକ ସ୍ୱତନ୍ତ୍ରତା ରହିଥାଏ ବୋଲି ବିଶ୍ୱାସ ରହିଛି । ଗତକାଲି ମଧ୍ୟ ପୁରୀରେ ସଂଜ ନଉଁ ନଉଁ କୁହୁଡି ହୋଇଥିଲା । ହେଲେ ଆଜିର କୁହୁଡି ବହୁଗୁଣରେ ଅଧିକ ରହିଛି ।
ଅପରାହ୍ନ ୪ଟା ପୁରୀରେ ଗାଡିମଟର ଲାଇଟ୍ ଦେଇ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଆଗରୁ କୁହୁଡି ହେବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ଗମନାଗମନରେ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ପୁରୀରେ ବହୁ ଅସୁବିଧା ଭୋଗିଛନ୍ତି ।