ପୁରୀ : ଶ୍ରୀମନ୍ଦିର ଭିତରେ ଦର୍ଶନ ଶୃଙ୍ଖଳା ନେଇ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ପୁରୀଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଆଲୋଚନା ପରେ ୪ଟି ପ୍ରସ୍ତାବ ଗୃହୀତ ହୋଇଛି ।
1. ଶ୍ରୀମନ୍ଦିର ନାଟମଣ୍ଡପରେ ଅନଧିକୃତ ଆଲମିରା ଗୁଡିକୁ ବାହାର କରାଯିବ ।
2. ଦର୍ଶନ ପାଇଁ ଧାର୍ଯ୍ୟ ପ୍ରମୁଖ ସ୍ଥାନ ତଥା ପ୍ରବେଶ ପ୍ରସ୍ଥାନ ପଥରେ ସିସିଟିଭି ଲଗାଯିବ ।
3. ଦର୍ଶନାର୍ଥୀଙ୍କ ପାଇଁ ଧାଡି ପ୍ରବେଶ ପଥରେ ସେଡର ବ୍ୟବସ୍ଥା କରାଯିବ ।
4. ଖୁବଶୀଘ୍ର ଏନେଇ ସମ୍ପୃକ୍ତ ସେବକମାନଙ୍କ ସହ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ବିସ୍ତୃତ ଆଲୋଚନା କରିବାକୁ ବୈଠକରେ ସ୍ଥିର ହୋଇଛି ।