ଗାଁରେ ଭକ୍ତିମୟ ପରିବେଶ ନାମ ସଂକର୍ତନ ରେ କମ୍ପୁଛି କଙ୍କଡାହାଡ଼ ଗାଁ

0

(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ): ପବିତ୍ର କାର୍ତିକ ମାସ ପୂର୍ଣ୍ଣମୀରୁ ଆରମ୍ଭ ହୋଇଥାଏ ଏହି ନାମ ସଂକୀର୍ତ୍ତନ ୩ଦିନ ଧରି ଚାଲେ ଢେଙ୍କାନାଳ ଜିଲା କଙ୍କଡ଼।ହାଡ଼ ଗାଁରେ ।ଆଜକୁ ୬୪ବର୍ଷ ହେଲାଣି ଏମିତି ଚାଲୁଛି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ପ୍ରତ୍ୟକ ଦିନ ଗାଁକୁ ନଗର ପରିକ୍ରମା କରାଯାଇଥାଏ ପରେ ପରେ ଗାଁ ମୁଂଡରେ ଥିବା ପବିତ୍ର ବର ମୂଳ ପୀଠରେ ଠାକୁରଙ୍କ ନିକଟରେ ନାମ ଚାଲେ ।ଧୀରେ ଧୀରେ ସୁଦୂର ପ୍ରସାରି ହେଲାଣି ଏହି ନାମ ସଂକୀର୍ତ୍ତନ ।ନିଜ ମନରେ ଭକ୍ତି ଓ ଅଞ୍ଚଳର ମଙ୍ଗଳ କାମନା ପାଇଁ ଏମିତି କରୁଥିବା କମିଟି ସଭ୍ୟ ମାନେ କହିଛନ୍ତି ।ଆଗକୁ ଆହୁରି ଅଧିକ ଭଲରେ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ।ପ୍ରଥମେ ଅଷ୍ଟପ୍ରହରୀ କୁ ଆରମ୍ଭ କରିଥବା ଗାଁର ଶତାୟୁ ବ୍ୟକ୍ତି ବୈରାଗୀ ଚରଣ ସାହୁ ଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା ।ହରେକୃଷ୍ଣ ହରେ ରାମ ଧୁନୀ ରେ ପ୍ରକମ୍ପିତ ହେଉଥିଲା ଅଂଚଳ ।ପଣ୍ଡିତ ଛବି ନାରାୟଣ ପଣ୍ଡା ପୁରୁଦ୍ଧା ଭାବେ ଦାୟିତ୍ୱ ତୁଲାଇ ଥିଲେ ।ଅଂଚଳ ରୁ ୩୦ଦଳ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ ବିଶେଷ ଟ ମହିଳା ସଂକର୍ତନ ମଣ୍ଡଳୀ ଆକର୍ଷଣ ଥିଲା ।ଏଠାରେ ବରିଷ୍ଟ ନାଗରିକ ମଞ୍ଚର ଉପଦେଷ୍ଟା ତଥା ଅବସର ପ୍ରାପ୍ତ ବିଡ଼ିଓ ପୂର୍ଣଚନ୍ଦ୍ର ପାଳ, ଗ୍ରାମ ପରିଚାଳନା କମିଟି ସଭାପତି ବିଷ୍ଣୁ ଚରଣ ସିଂହ, ଭଗବାନ ସିଂହ, ନରେନ୍ଦ୍ର ସିଂହ, କଙ୍କଡାହାଡ଼ ସରପଞ୍ଚ ହୃଦାନନ୍ଦ ବେହେରା,ପୂର୍ବତନ ସରପଞ୍ଚ ଭରତ ସାହୁ,ଶୁଭେନ୍ଦୁ କୁମାର ପାଳ, କଙ୍କଡାହାଡ଼ ପଂଚାୟତ ସମିତି ଅଧ୍ୟକ୍ଷ କାର୍ତିକ ସାହୁ,ସନ୍ତୋଷ ସାହୁ,କୈଳାଶ ଚନ୍ଦ୍ର ସାହୁ, ଭଗବାନ ବେହେରା, ଦୁର୍ୟ୍ୟୋଧନ ପଣ୍ଡା,ବିନୟ କୁମାର ପାଳ, ଚନ୍ଦ୍ର ଶେଖର ପରିଡା,ଗିରିଧାରୀ ପରିଡା,ପ୍ରକାଶ ବିଶ୍ୱାଳ, ସୁଧାକର ସିଂହ, ବିନୟ କୁମାର ସିଂହ, ନଟବର ସାହୁ,ପ୍ରମୋଦ କୁମାର ପରିଡା ପ୍ରମୋଖ ଉପସ୍ଥିତ ଥିଲେ ।ଶେଷରେ ଆଜି ଏକ ବିରାଟ ପଟୁଆର ରେ ଗାଁ ପରିକ୍ରମା କରିବା ପରେ ସାମୁହିକ ଭାବେ ପ୍ରସାଦ ସେବନ କରାଯାଇଥିଲା ।ଅଂଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।