ରିପୋର୍ଟର୍ସ ଟୁଡେ ବ୍ୟୁରୋ : ଟ୍ୱିନ୍ ସିଟିରେ ଆଇଟି ପାର୍କ ନିର୍ମାଣ ହେବ । ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ନୂଆ ଆଇଟି ପାର୍କ ୧୦୦୦ ଏକର ଜମିରେ ତିଆରି ହେବ । ଆଇଟି ଶିଳ୍ପ ପାଇଁ ପ୍ଲଗ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ ଏରିଆ ନିର୍ମାଣ କରାଯିବ । ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ ଏରିଆ ହେବ । ସଡକ ନିର୍ମାଣରେ ୫ ବର୍ଷରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
ରାଜ୍ୟର ୫ ବଡ ସହର ସମେତ ୧୧ଟି ସହରରେ ତିଆରି ହେବ ରିଙ୍ଗ ରୋଡ । ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର । ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ।