ବ୍ୟାଙ୍କିଙ୍ଗ ଆକ୍ଟ ଉଲ୍ଲଙ୍ଘନକୁ ନେଇ ଏସବିଆଇ ଉପରେ ଜରିମାନା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ଉଲ୍ଲଙ୍ଘନ କରିଥିବାରୁ ଜରିମାନା ଲଗାଇଛି । ଏହି କ୍ରମରେ ଶୁକ୍ରବାର ୭ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇବା ପରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଉପରେ ଜରିମାନା ଲଗାଇଛି । ବ୍ୟାଙ୍କ ଠକେଇ ସଂପର୍କିତ ସୂଚନା ପ୍ରଦାନ କରିନଥିବାରୁ ୫୦ ଲକ୍ଷ ଟଙ୍କାର ଜରିମାନା ବସାଇଛି ଏହି ଜରିମାନା ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ରିଜର୍ଭ ବ୍ୟାଙ୍କ ୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ମୋଟ ୧୧ କୋଟି ଟଙ୍କାର ଜରିମାନା ଲଗାଇଥିଲା । ସେଗୁଡିକ ହେଲା ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଆହ୍ଲାବାଦ ବ୍ୟାଙ୍କ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ।