ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠୁ ପରୀକ୍ଷା ହବକୁ ଗଲା +୨ ପ୍ରଶ୍ନପତ୍ର ।କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୨୦୫ ପରୀକ୍ଷା ହବ ହୋଇଛି । ଆସନ୍ତା ୧୮ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କଡା ସୁରକ୍ଷାରେ ୧୦ଟି ରୁଟ ଦେଇ ୨୦୫ଟି ପରୀକ୍ଷା ହଲକୁ ଗଲା ପ୍ରଶ୍ନପତ୍ର । ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ।
ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କପି ରୋକିବା ନେଇ ଗଠନ ହୋଇଛି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ । ଅନ୍ୟପକ୍ଷରେ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।