ଭୁବନେଶ୍ୱର : ତୃତୀୟ ଦିନରେ ମଧ୍ୟ ଚାଲିପାରିନି ପ୍ରଶ୍ନକାଳ । ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନରେ ମଧ୍ୟ ଚାଲିପାରିନି ଗୃହ । ଗୃହ ଆରମ୍ଭରୁ ହିଁ ହଙ୍ଗାମା , ହୋହଲ୍ଲା ଦେଖାଦେଇଛି । ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମା ଦେଖାଦେଇଛି । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଛନ୍ତି । ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ହଙ୍ଗାମା ଦେଖାଦେଇଛି । ଏଭଳି ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।