ଡିମାଣ୍ଡ ଅନୁସାରେ ଯୋଗାଉଥିଲେ ଷ୍ଟାରମାନଙ୍କ ନ୍ୟୁଡ୍ ଭିଡିଓ
ମାୟାନଗରୀ ମୁମ୍ବାଇରେ ପର୍ଣ୍ଣୋଗ୍ରାଫି ମାମଲା ଥମିନି କିନ୍ତୁ ଏହା ମଧ୍ୟରେ ଏମିତି ଆଉ ଏକ ମାମଲା ସାମ୍ନାକୁ ଆସିଛି ।
(ମୁମ୍ବାଇ) : ମାୟାନଗରୀ ମୁମ୍ବାଇରେ ପର୍ଣ୍ଣୋଗ୍ରାଫି ମାମଲା ଥମିନି କିନ୍ତୁ ଏହା ମଧ୍ୟରେ ଏମିତି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ୧୦୦ରୁ ଅଧିକ ବଲିଉଡ କଳାକାର ଏବଂ ଟିଭି ଷ୍ଟାର୍ସ ଏହି ରାକେଟର ଶିକାର ହୋଇଥିବା ସାମ୍ନାକୁ ଆସିଛି । ପୋଲିସ ପଚରାଉଚରା କରିବା ପରେ ଜଣାପଡିଥିଲା ଯେ ସେମାନେ ୨୫୮ ଲୋକଙ୍କୁ ଏଥିରେ ଫସାଇଥିଲେ । ସେମାନଙ୍କୁ ମଧ୍ୟରୁ ୧୦୦ ବଲିଉଡ ଏବଂ ଟିଭିର ବଡ ବଡ କଳାକାର ଥିଲେ । ପୋଲିସ ନାଗପୁର, ଓଡିଶା, ଗୁଜରାତ, କୋଲକାତାରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ମଧ୍ୟରୁ ୨ ଜଣ ଇଞ୍ଜିନିୟର ଏବଂ ଜଣେ ନାବାଳକ ସାମିଲ । ସେମାନଙ୍କ ପାଖରୁ ମୋବାଇଲ, ୧୨ ନକଲି ଆକାଉଣ୍ଟ, ୬ ଫେକ ମେଲ୍ ଆଇଡି ଏବଂ ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି ପୋଲିସ ।
ଯାଞ୍ଚରେ ଜଣା ପଡିଛି ଯେ ଏହି ରାକେଟ ସୋସିଆଲ ମିଡିଆ ଜରିଆରେ ବଲିଉଡ ଓ ଟିଭି କଳାକାରଙ୍କ ସହିତ ସମ୍ପର୍କ ବଢାଉଥିଲେ । ଏହା ପରେ ସେମାନଙ୍କ ଭରସା ଜିତି ଅଶ୍ଲୀଳ ଭିଡିଓ ପ୍ରସ୍ତତୁ କରୁଥିଲେ । ଏହା ବଦଳରେ ଡିମାଣ୍ଡ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏହା ସହିତ ଟ୍ୱିଟର, ଡାର୍କ ନେଟ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ଲିକେସନରେ ମୋଟା ଅଙ୍କର ରାଶିରେ ଏହି ଭିଡିଓଗୁଡିକୁ ବିକ୍ରି କରାଯାଉଥିଲା । ତେବେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।