ରାଧା କାନ୍ତ ମନ୍ଦିରର ବାର୍ଷିକ ଉଚ୍ଚବ  ଅନୁଷ୍ଠିତ, ବିଷମ କଟକ ଥାଟ ରାଜାଙ୍କ ଯୋଗଦlନ 

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମ କଟକ ସଦର ମୋହକୁମାର ରାଧା କୃଷ୍ଣ ମନ୍ଦିର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l  ଏହି ଅବଶର ରେ ବିଷମ କଟକ ର ଥାଟ ରାଜା ଭାସ୍କର ଚନ୍ଦ୍ର ଦେବ ଓ ତାଙ୍କ ଧର୍ମ ପତ୍ନୀ ଓ ଝିଅ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l    ଗତ ବର୍ଷ ଏହି ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା  ହୋଇଥିଲା l ଶନିବାର ସକାଳୁ ବିଭିନ୍ନ ସକୀର୍ତନ  ମଣ୍ଡଳି ଦ୍ୱାରା ଅଷ୍ଟ ପ୍ରହରି ଚାଲୁ ରହିଛି l ବିଭିନ୍ନ ଗ୍ରାମ ରୁ ବହୁ ଭକ୍ତ ଯୋଗ ଦେଇଥିଲେ l ପ୍ରାୟ ଦୁଇ ହଜାର ଭକ୍ତ  ଙ୍କ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଙ୍କୁ ରାଧା କାନ୍ତ ମନ୍ଦିର ପରିଚାଳନା କମିଟି ର ସୁବାଷ ଚନ୍ଦ୍ର ବକ୍ସି, କିଟୁ ରଣା, ନାନୁ ପଣ୍ଡା, ପ୍ରସାଦ ଦାଶ, କୈଳାସ ପଣ୍ଡା,ଗୋପ ଗୋବିନ୍ଦ ସାହୁ, ରାମ ବେହେରା, ପ୍ରମୁଖ ଏହାର ଆୟୋଜନ କରିଥିଲେ l ମୁଖ୍ୟ ପୁରହିତ ରାମ ଚନ୍ଦ୍ର ରଥ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l