(ମଧୂସୁଦନ ବହିଦାର)ବଲାଙ୍ଗୀର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଯାହାକୁ ନେଇ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଉଛି । ତେବେ ବଲାଙ୍ଗୀର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ , ଠିକାଦାର ପଡ଼ା ସ୍ଥିତ ଯାଦବ ଭବନ ରେ ପୂଜା କମିଟି ଦ୍ଵାରା ଦୋଳ ମହୋତ୍ସବ ପାଳନ କରାଯାଇଛି। ଯେଉଁଥିରେ ଯାଦବ ସମାଜର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏହି ମହୋତ୍ସବ ରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ସାମିଲ ହୋଇ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତ ଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଥିଲେ । ସହରରେ ଭାଇ ଚାରାର ସମର୍କ ରହୁ ଏବଂ ସମସ୍ତେ ଏକ ହୋଇ ଏହି ପର୍ବ କୁ ପାଳନ କରିବା।
ଆଜି ଯାଦବ ସମାଜ ର ଶତାଧିକ ଶ୍ରଦ୍ଧାଳୁମାନେ ରାଧାକୃଷ୍ଣ ଙ୍କୁ ପାଲଙ୍କି ରେ ଧରି ଫଗୁ ଖେଳି ସହର ପରିକ୍ରମା କରିବା ସହ ଭାଇ ଚାରାର ସନ୍ଦେଶ ଦେଇଥିଲେ । ଏବଂ ରୀତିନୀତି ଅନୁସାରେ ଗୌଡ଼ ବାଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ହୋଲି ଖେଳ କୁ ନେଇ ଚାରିଆଡ଼େ ଲୋକଙ୍କ ମଧ୍ୟରେ ଦ୍ୱିଗୁଣିତ ଖୁସି ର ଲହରୀ ଦେଖିବାକୁ ମିଳିଛି।