ଝିଅ ରୋଜଗାର ହେଲା ଲୋକଲଜ୍ୟା, ସହିପାରିଲାନି ନେଇଗଲା ଝିଅର ଜୀବନ

0

ଦିଲ୍ଲୀ ସଂଲଗ୍ନ ଗୁରୁଗ୍ରାମରେ ଏକ ହୃଦୟ ବିଦାରକ ଘଟଣା। ଜଣେ ୨୫ ବର୍ଷୀୟ ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି। ପୁଲିସର କହିବା ଅନୁଯାୟୀ , ରାଧିକାଙ୍କ ବାପା ଦୀପକ କହିଛନ୍ତି ଯେ କିଛି ମାସ ହେବ ରାଧିକା ଏକ ଟେନିସ୍ ଏକାଡେମୀ ଖୋଲିଥିଲେ। ଏହା ପରେ ଲୋକମାନେ ମୋତେ ଟାହିଟାପରା କରିବା ଆରମ୍ଭ କରିଦେଲେ । ସମସ୍ତେ କହିଲେ କି ମୁଁ ମୋ ଝିଅର ରୋଜଗାର ଖାଉଛି । ସେଥିପାଇଁ ରାଧିକାକୁ ବାଧ୍ୟ କରୁଥିଲେ ଏକାଡେମୀ ବନ୍ଦ କରିବାକୁ କିନ୍ତୁ ଝିଅ ନ ମାନିବାରୁ ସେ କ୍ରୋଧିତ ହୋଇ ରାଧିକାଙ୍କୁ ଗୁଳି କରିଥିବା ମାନିଛନ୍ତି । କିନ୍ତୁ ଏହାକୁ ସାଧାରଣତଃରେ କେହି ଗ୍ରହଣ କରିପାରୁ ନାହାନ୍ତି ।


ଦୋଷ ସ୍ବୀକାର ପରେ ପୁଲିସ ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରିଛି । ତାଙ୍କର ଲାଇସେନ୍ସପ୍ରାପ୍ତ ରିଭଲଭର ମଧ୍ୟ ଜବତ କରାଯାଇଛି । ରାଧିକା ଯାଦବ ହରିୟାଣାର ଜଣେ ଉଦୀୟମାନ ଟେନିସ୍ ଖେଳାଳି ଥିଲେ । ସେ ରାଜ୍ୟ ସ୍ତରରେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ୨୩ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରିଥିବା ରାଧିକା ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ (ଆଇଟିଏଫ)ରେ ଡବଲ୍ସ ଟେନିସ୍ ଖେଳାଳି ଭାବରେ ୧୧୩ ତମ ସ୍ଥାନରେ ଥିଲେ । ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଗୁରୁଗ୍ରାମର ତାଙ୍କ ଘରେ ଘଟିଥିବା ଏହି ଘଟଣା ସମ୍ପର୍କରେ ରାଧିକାଙ୍କ ଦାଦା କୁଲଦୀପ ଯାଦବ ସେକ୍ଟର ୫୬ ପୁଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଥିଲେ ।


ପୋଲିସର ଏହି ଯୁକ୍ତି ମଧ୍ୟ ଗ୍ରହଣୀୟ ନୁହେଁ କାରଣ ହରିୟାଣାରେ ପିଲାମାନଙ୍କୁ ଏବଂ ବିଶେଷକରି ଝିଅମାନଙ୍କୁ ଖେଳ ପ୍ରତି ପ୍ରୋତ୍ସାହିତ କରିବାର ସଂସ୍କୃତି ରହିଛି। ଏପରି ପରିସ୍ଥିତିରେ, ଦୀପକ ଯାଦବ ଏପରି କାହିଁକି କରିବେ? ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ ରାଧିକା ଯାଦବ ବହୁ ବର୍ଷ ଧରି ଏହି ଏକାଡେମୀ ଚଳାଉଥିଲେ। ଏପରି ପରିସ୍ଥିତିରେ, ତାଙ୍କ ବାପା ହଠାତ୍ କାହିଁକି ଏହି ଏକାଡେମୀକୁ ବନ୍ଦ କରିବାକୁ ଚାହୁଁଥିଲେ? ଯଦି ଏକାଡେମୀ ଚଳାଇବାରେ ସମସ୍ୟା ଥିଲା। ତେବେ ଏହି ସମସ୍ୟା ଅନେକ ବର୍ଷ ପରେ କାହିଁକି ଆରମ୍ଭ ହେଲା? ଏହି ସମସ୍ତ ପ୍ରଶ୍ନ ଏହି ମାମଲାର ସମାଧାନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।