ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ପ୍ୟାରେଡରେ ଭାଗନେବ ରାଫେଲ

0

ନୂଆଦିଲ୍ଲୀ: ସେନାରେ ନୂତନଭାବେ ସାମିଲ ହୋଇଥିବା ଯୁଦ୍ଧ ବିମାନ ରାଫେଲ ଚଳିତ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ପ୍ୟାରେଡରେ ଭାଗ ନେଇ ତାର ସାମର୍ଥ ପ୍ରଦର୍ଶନ କରିବ ବୋଲି ଭାରତୀୟ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ୟାରେଡ ଅବସରରେ ରାଫେଲ କଲା କୌଶଳ ପ୍ରଦର୍ଶନ କରିବ । ରାଫେଲ ଭର୍ଟିକାଲ ଚାର୍ଲି ସୃଷ୍ଟି କରିବ । ଭର୍ଟିକାଲ ଚାର୍ଲି ଗଠନ ବେଳେ ବିମାନ କମ ଉଚ୍ଚତାରେ ଉଡାଣଭରି ଭୁଲମ୍ବ ସହ ଆଗକୁ ବଢିବ ଓ ଉଚ୍ଚତାରେ ସ୍ଥିର ରହିବ । ୱିଂ କମାଣ୍ଡର ଇନ୍ଦ୍ରାନିଲ ନନ୍ଦି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଫ୍ଲାଇ ପ୍ୟାଷ୍ଟ ରାଫେଲ ବିମାନ ସହ ଭର୍ଟିକାଲ ଚାର୍ଲି ଗଠନ କରିବ । ଜାନୁଆରୀ ୨୬ରେ ସମୁଦାୟ ୩୮ ଆଇଏଏଫ ବିମାନ ଏବଂ ଭାରତୀୟ ସେନାର ଚାରୋଟି ବିମାନ ଫ୍ଲାଇପ୍ୟାଷ୍ଟରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି ।