ସମ୍ବଲପୁର: ଛାତ୍ରୀଙ୍କ ନାମରେ ରାଗିଂ ଅଭିଯୋଗ ଆଣିଲେ ଛାତ୍ରୀ । ଏପରି ଘଟଣା ଘଟିଛି ସମ୍ବଲପୁର ସରକାରୀ ହୋମିଓପାଥି କଲେଜରେ । ଗତ ୧ ତାରିଖରେ ଦିଲ୍ଲୀ ନାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି । ଅଭିଯୋଗରେ ମୋଟ ୬ ଜଣଙ୍କ ନାମ ରହିଛି । ସେମଧ୍ୟରୁ ୫ ଜଣ ଛାତ୍ରୀ ଓ ଜଣେ ଛାତ୍ର ରହିଛନ୍ତି । ତେବେ ଏହାକୁ କଲେଜ କର୍ତ୍ତୃପକ୍ଷ ଗୋଷ୍ଠୀ କନ୍ଦଳ ବୋଲି କହିଛନ୍ତି । କଲେଜର ଆଣ୍ଟି ରାଗିଂ ସେଲ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଅଧ୍ୟକ୍ଷ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂ ସୂଚନା ଦେଇଛନ୍ତି ।