ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ

0

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କଲେଜର ଡିନ ପ୍ରଥମବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ଅଭିଯୋଗ ପୁରୀ ପେଣ୍ଠକଟା ମେରାଇନଥାନାରେ ଦେଇଛନ୍ତି। ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲାକୁ ଆଧାର କରି କେଶ କରାଯାଇଛି ତଦନ୍ତ ଆରମ୍ଭ କରାଯାଇଛି। ଦ୍ବିତୀୟ ବର୍ଷର ଛାତ୍ର ମାନେ ପ୍ରଥମ ବର୍ଷର ଛାତ୍ରର ନିଶ ଦାଢୀକୁ କାଟିଦେଇଛନ୍ତି।

ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପ୍ରଥମବର୍ଷର ଛାତ୍ର କଲେଜର ଡିନଙ୍କୁ ଅଭିଯୋଗ ଦେବା ପରେ ଆଣ୍ଟି ରାଗିଂ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ମେରାଇନ ଥାନାରେ ଅଭିଯୋଗ କରାଯାଇଛି। ମେରାଇନଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍ ଡିପିଓଙ୍କ ସୂଚନା। ସେପଟେ ଏହି ରାଗିଂ ମେଡିକାଲ କଲେଜର ପ୍ରଥମ ଘଟଣା ଆଣ୍ଟି ରାଗିଂ ସେଲର ନିୟମ ମୁତାବକ ପଦକ୍ଷେପ ନିଆଯିବ। ରାଗିଂ ଘଟଣାଟି ଗତ ୧୭ତାରିଖରେ ଘଟିଥିଲା ପରେ ଆଣ୍ଟି ରାଗିଂ କମିଟିରେ ପଡିବା ପରେ ଗତକାଲି ଏଫ ଆଇ ଆର କରାଯାଇ ପୋଲିସ ତଦନ୍ତ କରୁଛି।