ନିର୍ବନ୍ଧ ପରେ ଚର୍ଚ୍ଚାରେ ପରିଣୀତି
ପରିଣୀତି ଧଳା ରଂଗର ପୋଷାକ ସାଙ୍ଗକୁ ମୋତି ଓ ରୂପା ଖୋଦିତ ଜୋତା ପିନ୍ଧିଛନ୍ତି , ପରିଣୀତିଙ୍କ ଜୋତାର ଦାମ ୩,୪୦୦ ଟଙ୍କା
ଗତ ସନିବାର ଦିନ ରାଘବ ଚଢ଼ା ଓ ପରିଣୀତି ଚେପ୍ରାଙ୍କର ନିର୍ବନ୍ଧ ହୋଇଛି ।କନ୍ନଟପ୍ଲେସ ସ୍ଥିତ କପୁରତାଲା ହାଉସରେ ହୋଇଥିବା ରାଘବ ଓ ପରିଣୀତିଙ୍କ ନିର୍ବନ୍ଧର ଅନେକ ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।
ବି ଟାଉନରେ କୌଣସି ବିବାହ ହେଉ କିମ୍ବା ନିର୍ବନ୍ଧ ସେଲିବ୍ରିଟିଙ୍କ ପୋଶାକ ଓ ସାଜ ସାଜସଜାକୁ ନେଇ ଚର୍ଚ୍ଚରେ ରୁହନ୍ତି । ଏବେ ରାଘବ ପରିଣୀତିକୁ ନେଇ ଚର୍ଚ୍ଚା ଚାଲିଛି । ପରିଣୀତି ତାଙ୍କ ନିର୍ବନ୍ଧରେ ମନିଷ ମଲହୋତ୍ରାଙ୍କ ଡିଜାଇନର ପୋଷାକ ପିନ୍ଧିଥିଲେ।ପରିଣୀତି ପିନ୍ଧିଥିବା ଧଳା ମୋତି ଲଗା ପୋଷାକ ସାଙ୍ଗକୁ ରାଘବ ବି ମ୍ୟାଚ୍ କରି ଧଳା ରଂଗର ପୋଷାକ ପିନ୍ଧିଛନ୍ତି।
ସେ ତାଙ୍କର ଧଳା ରଂଗର ପୋଷାକ ସାଙ୍ଗକୁ ମୋତି ଓ ରୂପା ଖୋଦିତ ଜୋତା ପିନ୍ଧିଛନ୍ତି। ତେବେ ଜୋତାର ଦାମ ସେତେଟା ଅଧିକ ନୁହେଁ। ଯେଉଁଥିପାଇଁ ତାଙ୍କ ଜୋତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପରିଣୀତିଙ୍କ ଜୋତାର ଦାମ ଯେତିକି ତାହାକୁ ଯେକେହି ବି ସାଧାରଣ ଲୋକ କିଣିପାରନ୍ତି। ଜାଣିବାକୁ ମିଳିଛି ଯେ ପରିଣୀତିଙ୍କୁ ଜୋତାର ଦାମ ୩,୪୦୦ ଟଙ୍କା।
।