କଡାକଡି ସୁରକ୍ଷା ବ୍ୟବସ୍ଥାରେ ବାହା ହେବେ ରାଘବ ପରିଣୀତି

0

ଉଦୟପୁରରେ ପୁଣିଥରେ ହେବାକୁ ଯାଉଛି ଚର୍ଚ୍ଚିତ ରାଜକୀୟ ବିବାହ । ପରିଣୀତି ଓ ରାଘବ ଚଡ୍ଢାଙ୍କ ବିବାହର ସାହାନାଇ ଶୁଣିବାକୁ ମିଳିବ । ଆଉ ମାତ୍ର କିଛି ଦିନ ପରେ ତଥା ୨୩ ସେପ୍ଟେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ପାଖାପାଖି ଶେଷ ହେବାକୁ ବସିଲାଣି । ହୋଟେଲ ଠାରୁ ଆରମ୍ଭ କରି ସିକ୍ୟୁରିଟି, ସବୁକିଛି ପ୍ରସ୍ତୁତି ସରିଲାଣି ।

ନିଜ ବିବାହକୁ ସ୍ମରଣୀୟ କରିବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି ଦୁହେଁ । ଏଥିପାଇଁ ସବୁଠାରୁ ଦାମୀ ହୋଟେଲ ବାଛିଛନ୍ତି । ଦି ଲୀଲା ପ୍ୟାଲେସକୁ ବାଛିଛନ୍ତି ।

ବିବାହକୁ ରାଜକୀୟ କରିବାକୁ ଅତିଥିଙ୍କ ପାଇଁ ଖାସ୍ ବ୍ୟଞ୍ଜନ ପ୍ରସ୍ତୁତ କରାଯିବ । ଯେଉଁଠି ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବ ସେଠିକାର ଡାଇନିଙ୍ଗକୁ ପୁରା କାଚରେ ବନାଯାଇଛି । ଏହି ହୋଟେଲରେ ଗୋଟିଏ ରାତିର ଭଡା ୧୦ ଲକ୍ଷ । କୁହାଯାଉଛି ଅତିଥିଙ୍କ ପାଇଁ ମୋଟ୍ ୮ଟି ସୁଇଟ୍ର ୮୦ ଟି ରୁମ୍ ବୁକ୍ କରାଯାଇଛି ।

ଅତିଥିଙ୍କୁ ସ୍ୱାଗତ କରିବାକୁ ହୋଟେଲରେ ହୋଇଛି ସ୍ୱନ୍ତ୍ର ଆୟୋଜନ । ଏଥିପାଇଁ ବିଦେଶରୁ ବିଶେଷ ଫୁଲ ମଗାଯାଇଛି । ରାଘବ ଓ ପରିଣୀତିଙ୍କ ପରିବାର ଦୁଇଟି ଅଲଗା ଅଲଗା ହୋଟେଳରେ ରହିବେ ।