ନୂଆଦିଲ୍ଲୀ : ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବତ କରାଯାଇଛି । ଏହା ପୂର୍ବରୁ ଆପର ଅନ୍ୟତମ ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ନଲମ୍ବିତ କରାଯାଇଥିଲା । ଏହି ଦୁଇ ସାଂସଦ ବିଶେଷଅଧିକାର ସମିତିର ନିଷ୍ପତ୍ତି ନଆସିବା ଯାଏ ରାଜ୍ୟସଭାକୁ ପ୍ରବେଶ କରିପାରିବେ ନାହିଁ ।
ପୀୟୁଷ ଗୋୟଲ କହିଛନ୍ତି, ରାଘବ ଚଢ଼ା ଗୃହ ବାହାରକୁ ଯାଇ କହିଥିଲେ ଯେ ସେ କୌଣସି ଭୁଲ୍ କରିନାହାନ୍ତି। ଏପରି କି, ସେ ଏହି ପ୍ରସଙ୍ଗରେ ଟ୍ଵିଟ୍ ମଧ୍ୟ ଜାରି ରଖିଥିଲେ। ଯେ ପର୍ୟ୍ୟନ୍ତ ବିଶେଷ ଅଧିକାର କମିଟି ରିପୋର୍ଟ ନ ଦେଇଛି, ସେ ପର୍ୟ୍ୟନ୍ତ ଚଢ଼ାଙ୍କ ନିଲମ୍ବନ ଜାରି ରହିବ।
ଗୋୟଲ ଆହୁରି ମଧ୍ୟ କହିଥିଲେ, ସଞ୍ଜୟ ସିଂ ବି ଯେଉଁ ପ୍ରକାରର ଆଚରଣ କରିଥିଲେ, ତାହା ବହୁତ ନିନ୍ଦନୀୟ ଥିଲା। ସେ ନିଲମ୍ବନ ପରେ ମଧ୍ୟ ଗୃହରେ ବସିରହିଥିଲେ, ଯେଉଁ କାରଣରୁ ଗୃହର ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା।