ଝାଡଖଣ୍ଡ : ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଘେଷେଣା କରିଛି ବିଜେପି । ଏହି ତାଲିକାରେ ୬୬ଜଣଙ୍କ ନାଁ ରହିଥିବା ବେଳେ ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କ ନାମ ରହିଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଷଢେଇକଳାରୁ ଟିକେଟ ଦେଇଛି ବିଜେପି ।
ସୂଚନା ଅନୁଯାୟୀ, ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ନଭେମ୍ୱର ୧୩ ଓ ୨୦ ତାରିଖରେ ବିଧାନସଭା ନିର୍ବାଚନ ହେବ । ଗଣତି ୨୩ ତାରିଖରେ ହେବ ।