(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ସେ ବିଧିବଦ୍ଧ ଭାବେ ତାଙ୍କ ଇସ୍ତଫା ପତ୍ରକୁ ସୁପ୍ରିମୋଙ୍କ ନିକଟକୁ ପଠାଇଦେଇଛନ୍ତି । ସେ ବିଜେଡିର ପ୍ରାଥମିକ ପଦ ଓ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।
ଗତକାଲି ସେ ଉଠାଜଳ ସେଚନ ବିଭାଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫାରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ ।