ମେଘାଳୟ: ସାମ୍ନାକୁ ଆସିଛି ମେଘାଳୟରେ ରାଗିଂ ଘଟଣା । ରାଗିଂ ଘଟଣାରେ ଏମିତି ଅନେକଙ୍କ ଜୀବନ ଯାଇଥିବାବେଳେ ପୁଣି ଥରେ ଏପରି ଘଟଣାର ପୁନରାବୃତ୍ତି ଘଟିଛି ମେଘାଳୟରେ । ୫ ସିନିୟର ଛାତ୍ରଙ୍କ ରାଗିଂର ଶିକାର ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ର ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଉ ଏହି ଘଟଣାରେ ସମ୍ପୃକ୍ତ ୫ ଛାତ୍ରଙ୍କୁ ସ୍କୁଲରୁ ବିଦା କରାଯାଇଥିବା ଜଣାପଡିଛି । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମେଘାଳୟର ୱିଲିୟମନଗର ସ୍ଥିତ ଜବାହର ନବୋଦୟ ସ୍କୁଲରେ ଏପରି ଜଘନ୍ୟ କାଣ୍ଡ ଘଟିଛି। ସ୍କୁଲ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ଗତ ୩୧ ତାରିଖ ରାତିରେ ରାଗିଂର ଶିକାର ହୋଇଥିଲେ ଦଶମ ଶ୍ରେଣୀ ଛାତ୍ର । ସେ ନିଜ ସାଙ୍ଗ ସହ ଥିବାବେଳେ ରାଗିଂର ଶିକାର ଥିଲା। ଏବଂ ଏହି ରାଗିଂରେ ତା’ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଛାତ୍ରଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କକରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପିଲାଟିକୁ ତୁରା ସିଭିଲ ହସ୍ପିଟାଲରେ ଆଡମିଟ କରାଯାଇଛି।