(ଶୁଭସ୍ମିତା ଦାଶ): ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବିତରଣ କରିଛନ୍ତି ରାହୁଲ । ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ରାଜ୍ୟ କଂଗ୍ରେସର ନେତୃବୃନ୍ଧ । ନିରଞ୍ଜନ ପଟ୍ଟର୍ନାୟକ, ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ,ପ୍ରସାଦ ହରିଚନ୍ଦନ, ଶରତ ସାହୁ ସମେତ ଅନ୍ୟାନ୍ୟ ନେତୃବୃନ୍ଧ ଉପସ୍ଥିତ ରହି ସ୍ୱାଗତ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହି ସମୟ ମଧ୍ୟରେ ପ୍ରଥମେ ଏକ ହୋଟେଲରେ ବୁଦ୍ଧିଜୀବିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।