ଆଜି ପୁଣି ଇଡିରେ ହାଜର ହେଲେ ରାହୁଲ

0

ନୂଆଦିଲ୍ଲୀ : ଆଜି ପୁଣି ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ୨ ଘଂଟାରୁ ଅଧିକ ସମୟ ଧରି ଇଡି କାର୍ଯ୍ୟାଳୟରେ ତାଙ୍କର ଜେରା ଚାଲିଛି । ସୋମବାର ଦିନ ଇଡି ରାହୁଲ ଗାନ୍ଧୀଙ୍କୁ ୧୦ ଘଂଟା ଧରି ଜେରା କରିଥିଲେ । ଏହି କ୍ରମରେ ୧୦୦ ରୁ ଅଧିକ କଂଗ୍ରେସ ନେତାଙ୍କୁ ପୋଲିସ ଗିରଫ କରି ହେପାଜତକୁ ନେଇଛି । ଏମାନେ ସମସ୍ତେ ରାହୁଲ ଗାନ୍ଧୀଙ୍କ ସହ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାର୍ଚ୍ଚ କରିଥିଲେ । କଂଗ୍ରେସ କାର୍ଯ୍ୟାଳୟ ଓ ଇଡି କାର୍ଯ୍ୟାଳୟ ଚାରିପଟେ ପୋଲିସ ୧୪୪ ଧାରା ଜାରି କରିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ସମେତ ଅର୍ଦ୍ଧସାମରିକ ବଳ ନିୟୋଜିତ ଅଛନ୍ତି । ସେପଟେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା ଏହି ମାମଲାକୁ ରାଜନୈତିକ ଅଭିସନ୍ଧି କହି ବିଜେପି ଉପରେ ବର୍ଷିଛନ୍ତି ।