ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଗୋ-ଚାଲାଣ ଅଭିଯୋଗ ମାମଲାରେ ରାହୁଲଙ୍କ ଦୃଢ ନିନ୍ଦା । ଅଭିଯୁକ୍ତଙ୍କୁ ମାଡ ମାରିବା ସହ ପାଟିରେ ଘାସ ଧରାଇ ବୁଲାଇବା ଘଟଣାକୁ ନେଇ ଲୋକସେବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲେ ମିଡିଆରେ ନିନ୍ଦା କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ସିଙ୍ଗିପୁର ଜନୈକ ଦଳିତ ବ୍ୟକ୍ତି ଜଣେ ଚାଷୀଙ୍କ ଠାରୁ ଗୋଟିଏ ଗାଇ ଓ ଦୁଇଟି ବାଛୁରୀ କ୍ରୟ କରି ଘରକୁ ଆଣୁଥିବା ବେଳେ ତଥାକଥିତ ଗୋ ରକ୍ଷକ ନାଁର କିଛି ବଜରଙ୍ଗ ଦଳର କର୍ମୀ ରାସ୍ତାରେ ଅଟକାଇ ୩୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । କିନ୍ତୁ ଏତେ ଟଙ୍କା ଦେବାକୁ ସେ ନିଜର ଅସମର୍ଥତା ପ୍ରକାଶ କରିବାରୁ ସେମାନେ ସଂଘବଦ୍ଧ ହୋଇ ମାଡ ମାରିବା ସହ ତାଙ୍କ ମୁଣ୍ଡର ଗୋଟିଏ ପାର୍ଶ୍ୱକୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ । ତାଙ୍କ ପାଖରେ ଥିବା ସାତ ଶହ ଟଙ୍କାକୁ ଛଡେଇ ନେଇ ଥାନାରେ ଅଭିଯୋଗ କଲେ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ । ଯାହାକୁ ନେଇ ଦୃଢ ନିନ୍ଦା କରିଛନ୍ତି ରାହୁଲ ଗାନ୍ଧୀ ।
ओडिशा में दो दलित युवकों को घुटनों पर चलने, घास खाने और गंदा पानी पीने पर मजबूर करना सिर्फ़ अमानवीय नहीं, बल्कि मनुवादी सोच की बर्बरता है।
ये घटना उन लोगों के लिए आईना है जो कहते हैं कि जाति अब मुद्दा नहीं रही।
दलितों की गरिमा को रौंदने वाली हर घटना, बाबा साहेब के संविधान पर…
— Rahul Gandhi (@RahulGandhi) June 23, 2025
ଅନ୍ୟପଟେ ସାସଂଦ ସୋନିଆ ଗାନ୍ଧି ବି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏଭଳି ଅପରାଧକୁ ଦୃଢ ନିନ୍ଦା କରିଛନ୍ତି ।