ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତ ରାହୁଲ ଗାନ୍ଧ

0

ଲକ୍ଷ୍ନୌ : କଂଗ୍ରେସ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ତାଙ୍କ ମା ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ହଠାତ ରାହୁଲ ଗାନ୍ଧିଙ୍କୁ ରାୟବରେଲି ଆସନ ପାଇଁ ପ୍ରାର୍ଥୀ କରିଥିବାରୁ ଏହି ନିର୍ବାଚନମଣ୍ଡଳୀ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ରାହୁଲ ଗାନ୍ଧି ଆଜି ଓଡ଼ିଶାର ରାୟଗଡ଼ା ଗସ୍ତକୁ ବାତିଲ୍ କରିଛନ୍ତି । ଏକ ବିରାଟ ପଟୁଆରରେ ଯାଇ ରାହୁଲ ଗାନ୍ଧି ରାଏବରେଲି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୋମିନେସନ ଫାଇଲ୍ କରିଛନ୍ତି । ରାହୁଲ ନାମାଙ୍କନ ଦାଖଲ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଖଡଗେଙ୍କ ସହିତ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରବଟ୍ ଭଦ୍ରା ଆଦି ବହୁ କଂଗ୍ରେସ ବରିଷ୍ଠ ନେତା ସାମିଲ୍ ଥିଲେ ।
୨୦୧୯ ନିର୍ବାଚନ ଭଳି ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସ ହେଭିଓ୍ବେଟ୍ ନେତା ରାହୁଲ ଗାନ୍ଧି । ପ୍ରଥମେ ସେ କେରଳର ଓ୍ବାଏନାଡ୍ ଆସନରୁ ନିର୍ବା ଚନ ଲଢ଼ିଥିବା ବେଳେ ଏବେ ରାଏବରେଲି ଲୋକସଭା କ୍ଷେତ୍ରରୁ ନିର୍ବା ଚନ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଓ୍ବାଏନାଡ୍ ଆସନରେ ନିର୍ବାଚନ ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ପୂର୍ବ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ୟୁପିର ଆମେଠି ଆସନରୁ ନିର୍ବାଚନ ଲଢ଼ିଥିଲେ।