ନୂଆଦିଲ୍ଲୀ :ମାନହାନି ମାମଲାରେ ୨ବର୍ଷ ଜେଲ ଦଣ୍ଡାଦେଶ ଏବଂ ପରେ ସାଂସଦ ପଦ ହରାଇଥିବା ପରେ ଏବେ ଚାଲିଯାଇଛି ସରକାରୀ ବସ ଭବନ ।କଂଗ୍ରେସ ନେତା ରାହୁଲ ଗନ୍ଧିଙ୍କ ସାଂସଦ ପଦ ଯିବା ପରେ ସରକାରି ବଙ୍ଗଳା ଖାଲି କରିବାକୁ ନୋଟିସ ଆସିଥବଲା । ସେହି ନିର୍ଦ୍ଦେଶକୁ ମାନି ରାହୁଲ ଗାନ୍ଧି ଦିଲ୍ଲୀର ୧୦ ତୁଗଲକ ଲେନ୍ ରେ ଥିବା ସରକାରୀ ବଙ୍ଗଳା ଖାଲି କରୁଛନ୍ତି । ବଙ୍ଗଳାରେ ଥିବା ରାହୁଲଙ୍କ ଆସବାବ ଓ ଅନ୍ୟ ସାମଗ୍ରୀକୁ ଏକ ଟ୍ରକରେ ଲୋଡ୍ କରି ସୋନିଆ ଗାନ୍ଧିଙ୍କ ବାସଭବନ (୧୦ ଜନପଥ)କୁ ସ୍ଥାନାନ୍ତର କରାଯାଉଛି । ଖୁବ୍ ଶୀଘ୍ର ରାହୁଲ ନିଜ ମା’ଙ୍କ ସହ ରହିବେ ବୋଲି ଜଣାପଡିଛି । ମାର୍ଚ୍ଚ ୨୩ରେ ସୁରତର ଏକ ଅଦାଲତ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। କିନ୍ତୁ ଏହାର ପରଦିନ ତାଙ୍କର ସଂସଦ ସଦସ୍ୟପଦ ରଦ୍ଦ କରାଯାଇଥିଲା । ସେ କେରଳର ୱାୟନାଡରୁ ଲୋକସଭା ସଦସ୍ୟ ଥିଲେ।
ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମାର୍ଚ୍ଚ ୨୭ତାରିଖରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା। ନୋଟିସ ପାଇବା ପରେ ରାହୁଲ ଗନ୍ଧି କହିଥବଲେକି ତାଙ୍କର ଏହି ଭବନରେ ଅନେକ ସ୍ମତି ରହିଛି । ଆଗି ଦେଖିବା କୁ ମିଳିଛି ଏକ ଟ୍ରକ ଯୋଗେ ସେ ତାଙ୍କର ସମସ୍ତ ଆସବାବ ପତ୍ର ତାଙ୍କ ମା ସୋନିଆ ଗନ୍ଧିଙ୍କ ବାସଭବନକୁ ସ୍ତାନାନ୍ତର କରିଛନ୍ତି ।